ପାରଳାଖେମୁଣ୍ଡିରେ ୭୩ତମ ସ୍ୱାଧୀନତା ଦିବସ ପାଳନ

627
ADVERTISEMENT

ଗଜପତି, ୧୬/୮ (ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଛି। ଏହି ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ,ବିଦ୍ୟା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ୨୬ଟି ପ୍ୟାରେଟ ଦଳର ପରିଦର୍ଶନ ସହ ସମ୍ନୀଳତ ପ୍ୟାରେଟ ରେ ଅଭିବାଦନ କରିଥିଲେ। ସମସ୍ତ ଜନତାଙ୍କୁ ଉଦ୍ ବୋଧନ ଦେଇ କହିଥିଲେ ଯେ ଅଗଷ୍ଟ ୧୫ ତାରିଖ ପ୍ରତେକ ଭାରତୀୟ ପାଇଁ ଏକ ସ୍ମରଣୀୟ ଦିବସ ଅଟେ। ଏହା ଆମ ଦେଶ ଓ ଜାତି ପାଇଁ ଗର୍ବ ଓ ଗୌରବର ପ୍ରତୀକ ଅଟେ। ଆଜି ପବିତ୍ର ଦିବସରେ ଆମ ଭାରତ ବର୍ଷକୁ ପୃଥିବୀର ଏକ ବିକାଶ ରାଷ୍ଟ୍ରରେ ପରିଣତ କରିବା ପାଇଁ ସଂକଳ୍ପ ନେବା ଏବଂ ଆମ ଦେଶକୁ ସମୃଦ୍ଧିଶାଳୀ କରିବା ସହ ସମୃଦ୍ଧ ଓଡ଼ିଶାର ସ୍ବପ୍ନ ଏବଂ ସଂକଳ୍ପ ହେବା ଉଚିତ୍ ବୋଲି କହିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଏସିପି ସାରା ଶର୍ମା, ପାରଳା ବିଧାୟକ କେ ନାରାୟଣ ରାଓ, ସମେତ ବହୁ ସଂଖ୍ୟାରେ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା କୈାତୁକ ବେଶ ପୋଷାକ ପ୍ରଦଶନ ହୋଇଥିବା ବେଳେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗି ପୁରସ୍କାର ଓ ପ୍ରମାନପତ୍ର ଏବଂ ପ୍ୟରେଡରେ ଅଂଶ ଗ୍ରହଣ କରିଥିଲେ ଶ୍ରେଷ୍ଠ ବିବେଚିତ ଦଳମାନଙ୍କୁ ସିଲ୍ ମୁଖ୍ୟ ଅତିଥି ଶ୍ରୀ ତୁଷାର କାନ୍ତି ବେହେରା ପ୍ରଦାନ କରିଥିଲେ।

Advertisement