
କୁକୁଡାଖଣ୍ଡି, ୧୫/୮(ଇ.ରଞ୍ଜନ) : କୁକୁଡାଖଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ୭୩ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି କାମାକ୍ଷା ପ୍ରସାଦ ପାତ୍ରଙ୍କ ଅଧକ୍ଷତାରେ ପତାକା ଉତ୍ତୋଳନ ହୋଇଥିଲା । ଏଥିରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଜୀବନାନନ୍ଦ ମଲ୍ଲିକ ଅତିଥି ଭାବେ ଉପସ୍ଥିତ ଥିବାବେଳେ, କୁକୁଡ଼ାଖଣ୍ଡି ଗ୍ରାମର ସମସ୍ତ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଦେଶାତ୍ମକ ବୋଧକ ଗୀତ ଗାନ କରି ଉପସ୍ଥିତ ଅତିଥିଙ୍କ ହୃଦୟ ସ୍ପର୍ଶ କରିଥିଲେ । ଏଥି ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ବ୍ଲକ୍ ର କର୍ମଚାରୀ ଉପସ୍ଥିତ ଥିଲେ ।

















