ବାଲିଗୁଡାରେ ୭୩ ତମ ସ୍ୱାଧୀନତା ଦିବସ ପାଳନ

390
ADVERTISEMENT

କନ୍ଧମାଳ,୧୫/୮(ଏଜେନସି) : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ୭୩ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ଏହି ଦିବସରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ରଞ୍ଜିତ ଯୋଗଦେଇ ପତାକା ଉତ୍ତଳୋନ କରି ସଂକ୍ଷିପ୍ତ ବାର୍ତ୍ତା କହିଥିବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଉକ୍ତ ଦିବସରେ ବାଲିଗୁଡା ତହସିଲଦାର କ୍ଷୀରବଧା ତନୟା ସାହୁ, ବାଲିଗୁଡା ବିଡ଼ିଓ ନରେଶ ଚନ୍ଦ୍ର ଶବର, ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ବାଲିଗୁଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ, ଏନଏସି ଅଧକ୍ଷା ମମତା ବେହେରା, ଉପାଧକ୍ଷ ଲୋକନାଥ ପାଢ଼ୀ, ବିଜୁ ଜନତା ଦଳ ବ୍ଲକ ସଭାପତି ଟୁନା ଦାସ, ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ, ବହୁ ସାମ୍ବାଦିକ ଓ ବାଲିଗୁଡ଼ାର ଜନସାଧାରଙ୍କ ସମାଗମ ହୋଇଥିଲା । ଉପଜିଲ୍ଲାପାଳଙ୍କ ଅଭିଭାଷଣ ପରେ ବାଲିଗୁଡ଼ାର ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ୟାରେଟ ହୋଇଥିଲା ତାପରେ ପୁରସ୍କାର ବିତରଣ କରାଯାଇଥିଲା ।

Advertisement