କନ୍ଧମାଳ ଜିଲ୍ଲାର ରାସ୍ତା ଅତି ନିମ୍ନମାନର ରାସ୍ତା ଏକ ବର୍ଷ ନ ପୁରୁଣୁ ରାସ୍ତା ଧୋଇହୋଇ ଯାଇଛି

334
ADVERTISEMENT

କନ୍ଧମାଳ, ୧୫/୮(ଏଜେନସି ) : କନ୍ଧମାଳ ଜିଲ୍ଲା କେ .ନୂଆଗାଁ ବ୍ଳକର ସାରଙ୍ଗଡ ଠାରୁ ବନେଗାଁ ଦେଇ କୁଡୁତୁଲି ପଞ୍ଚାୟତକୁ ଯାଇଥିବା ରାସ୍ତାକୁ ଗ୍ରାମବାସୀ ସମସ୍ତେ ମିଶି ରାସ୍ତା ତିଆରି କରିବା ଘଟଣା ପ୍ରସାରଣ ହେବାର ବର୍ଷେ ପରେ ହେଲା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଦ୍ବାରା ରାସ୍ତା, କିନ୍ତୁ ଏହିରାସ୍ତା ଏତେ ନିମ୍ନମାନର କେଉଁଠି ପିଚୁଉଠିଗଲାଣିତ କେଉଁଠି ରାସ୍ତା କଡରେ ପଡିଥିବା ମଟିଧୋଇହୋଇ ଯାଇ ଥିବାରୁ ରାସ୍ତା ବିପଦ ପୂର୍ଣ୍ଣ ଅବସ୍ଥା ଥିବା ବେଳେ କେଉଁ ମୂହୁର୍ତ୍ତରେ ରାସ୍ତା ଭୁଷୁଳିଯିବ କହିହେବ ନାହିଁ ? କିନ୍ତୁ ଚାଲିଛି ଗାଡିଘୋଡା ତେଣୁ ଏହି ନିମ୍ନମାନର କାମପାଇଁ ପ୍ରଶାସନ ଦାୟୀ ବୋଲି ସର୍ବସାଧାରଣରଙ୍କ ମତ ; ତୁରନ୍ତ ପଦକ୍ଷେପ ସହ ତଦନ୍ତ ପାଇଁ ଗ୍ରାମବାସୀମାଙ୍କର ଦାବି।

Advertisement