କନ୍ଧମାଳ, ୧୫/୮(ଏଜେନସି ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତରେ ଓଡିଶା ଜୀବିକା ମିଶନ ତରଫରୁ ୭୩ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବ୍ଲକ ପୋଗ୍ରାମ ଅଫିସର ସରୋଜିନୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତଳୋନ କରିଥିଲେ । ସଂକ୍ଷିପ୍ତ ବାର୍ତ୍ତା କହିବାସହ ମହିଳା ମିଶନ ଶକ୍ତିକୁ ସୁଦୃଢ କରିବା ପାଇଁ ବାର୍ତା ଦେଇଥିଲେ । ଏନେଇ ଆସିଥିବା ବାରଖମା ପଞ୍ଚାୟତର ସମସ୍ତ ମହିଳା ଗୋଷ୍ଠୀକୁ ବାର୍ତ୍ତା ଦେଇଥିବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଉକ୍ତ ଦିବସରେ ଏମବିକେ ସଂନ୍ଧ୍ୟା ରାଣୀ ଡିଗାଲ ନେତୃତ୍ୱରେ ବାରଖମା ପଞ୍ଚାୟତ ସ୍ତରୀୟ ସଭାନେତ୍ରୀ ପିଙ୍କି ମାଝୀ,ସମ୍ପାଦିକା ମିନି ପ୍ରଧାନ, ସମସ୍ତ କର୍ମକର୍ତ୍ତା ସମସ୍ତ ସିଆରପି, ସମସ୍ତ ପାଣି ମିତ୍ର, କୃଷି ମିତ୍ର ଓ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଯୋଗଦେଇଥିଲେ । ଶେଷରେ ଏମବିକେ ସନ୍ଧ୍ୟା ରାଣୀ ଡିଗାଲ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ ଓ ପତାକା ତଳେ ସମସ୍ତ ସ୍ୱୟଂ ଗୋଷ୍ଠୀକୁ ନେଇ ଶପଥ କରିଥିଲେ ଯେପରିକି ବାରଖମା ସ୍ୱଚ୍ଛ, ନିଶାମୁକ୍ତ,ହେଇପାରିବ ଓଡିଶା ମହିଳା ମିଶନ ଶକ୍ତିର ପୋଗ୍ରାମ କହିବା ସହ ଓଡିଶା ମହିଳା ଜୀବିକା ମଞ୍ଚର ଲକ୍ଷ ଦାରିଦ୍ର ଦୂରୀକରଣ,ସମସ୍ତ ସ୍ୱୟଂ ଗୋଷ୍ଠୀର ଜୀବନ ଜୀବିକା ଉପରେ ବିକାଶ ହୋଇ ପାରିବ ଏହା କହି ସମସ୍ତଙ୍କୁ ପ୍ରେରଣା ଦେଇଥିଲେ ।

















