Thursday, October 15, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର: ମହିଳାଙ୍କୁ ହତ୍ୟା କଲେ ଅଜ୍ଞାତ ଦୁର୍ବୃତ୍ତ

ବ୍ରହ୍ମପୁର: ମହିଳାଙ୍କୁ ହତ୍ୟା କଲେ ଅଜ୍ଞାତ ଦୁର୍ବୃତ୍ତ

440
ADVERTISEMENT

ବ୍ରହ୍ମପୁର,(ଦୁନିଆ ହାଲ୍ ଚାଲ୍): ରବିବାର ରାତିରେ ଗଞ୍ଜାମର ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ବୁରୁଝୁରି ଠାରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି।ନିହତ ମହିଳା ହେଉଛନ୍ତି ବିଦେଶରେ କାମ କରୁଥିବା ବିଶ୍ୱନାଥ ନାୟକଙ୍କ ପତ୍ନୀ ବିଜୟଲକ୍ଷ୍ମୀ। ତାଙ୍କର ୧୦ମ ଶ୍ରେଣୀରେ ପଢୁଥିବା ଗୋଟିଏ ଝିଅ ଏବଂ ୮ମ ଶ୍ରେଣୀରେ ପଢୁଥିବା ଗୋଟିଏ ପୁଅ ଅଛନ୍ତି। ଝିଅ ଓ ପୁଅ ଗତ ରାତିରେ ବେଲପଡ଼ାରେ ଚାଲିଥିବା ଯାତ୍ରା ଦେଖିବାକୁ ଯାଇ ଜଣେ ସମ୍ପର୍କୀୟଙ୍କ ଘରେ ରହିଯାଇଥିଲେ। ଘରେ ବିଜୟଲକ୍ଷ୍ମୀ ଏକାକିନୀ ଥିବା ବେଳେ ଏକାଧିକା ବ୍ୟକ୍ତି ଘରେ ପଶି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। କିଏ ଓ କେଉଁ କାରଣରୁ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛି ତାହା ଜଣାପଡ଼ି ନାହିଁ। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisement