ବ୍ରହ୍ମପୁରରେ ପୁଣି ଲୁଟେରାଙ୍କ ଟାଗେଟରେ ମହିଳାମାନେ

286
ADVERTISEMENT

କୁକୁଡାଖଣ୍ଡି ୧୫/୮(ଇ .ରଞ୍ଜନ) : ପୁଣି ମାତିଲେ ଲୁଟେରା ।ଏବେ ଗ୍ରାମାଞ୍ଚଳର ନିକଞ୍ଚନ ସ୍ଥାନ ପାଲଟିଛି ଲୁଟେରାଙ୍କ ଆଡାସ୍ଥଳୀ। ପୁଣି ଲୁଟେରାଙ୍କ ଟାଗେଟରେ ମହିଳା ପୁଲିସ ପାଇଁ ପାଲଟୁଛନ୍ତି ମୁଣ୍ଡବଥାର କାରଣ ! ଗୋଟିଏ ପଟେ ୭୩ତମ ସ୍ବାଧୀନତା ଦିବସ ପାଳନରେ ସମସ୍ତେ ମସଗୁଲ ଥିବା ବେଳେ କୁକୁଡାଖଣ୍ଡି ବ୍ଲକ ମହୁଡା ନରସିଂହପୁର ରାସ୍ତାରୁ ଲୁଟେରାମାନେ ଜଣେ ଶିଷୟତ୍ରୀଙ୍କ ଠାରୁ ସୁନା ଲୁଟ କରିନେଇଛନ୍ତି । ଏ ନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଛନ୍ତି ଲୁଟର ଶିକାର ହୋଇଥିବା ଶିଷୟତ୍ରୀ ଏଲ.ସୋଭନା ।ଶିଷୟତ୍ରୀ ଜଣକ ନିଜ ସ୍କୁଟି ଯୋଗେ ନରସିଂହପୁର ବିଦ୍ୟାଳୟକୁ ସକାଳ ୭ଟାରେ ଯାଉଥିବା ସମୟରେ ନରସିଂହପୁର ରାସ୍ତାରେେ ଜଣେ ଯୁବକ ପୂବରୁ ଉକ୍ତ ରାସ୍ତାରେ ବାଇକଧରି ଛିଡାହୋଇଥିଲେ ,ଲୁଟେରା ଜଣକ ନିଜର ବାଇକ ଖରାପ ହୋଇଛି ସହଯୋଗ ନିମନ୍ତେ କହି ଶିଷୟତ୍ରୀଙ୍କୁ ଅଟକାଇ ଥିଲେ ଶିଷୟତ୍ରୀ ଜଣକ ନରହିବାରୁ ଯୁବକ ଜଣକ ଜୋର କରି ଶିଷୟତ୍ରୀଙ୍କୁ ଟଣାଓଟରା କରି ମାଡମାରି ମଗଂଳସୂତ୍ର ସହ କାନଫୁଲ ଲୁଟିନେଇଥିଲେ । ଶିଷୟତ୍ରୀ ଜଣକ ଏନେଇ ଗ୍ରାମବାସୀଙ୍କୁ କହିବାପରେ ଦିଗପହଣ୍ଡି ଗ୍ରାମବାସୀ ପୁଲିସକୁ ଖବରଦେଇଥିଲେ ଖବରପାଇ ପୁଲିସ ପହଞ୍ଚି ତଦନ୍ତ ଚଳାଇଥିଲେ । ଏନେଇ ୧୪୯/୧୯ରେ ଏକ ମାମଲା ରୁଜୁହୋଇଛି ଏବଂ ଘଟଣାକୁ ଅନୁସନ୍ଧାନ କରାଯାଉଥିବା ଦିଗପହଣ୍ଡିଥାନା ଅଧିକାରୀ ଗୌରାଗଂଚନ୍ଦ୍ର ସାହୁ ସୂଚନାଦେଇଛନ୍ତି । ମହୂଡା ଠାରୁ ଦିଗପହଣ୍ଡି ଥାନାର ଦୂରତା ୨୦କିମି ,ଲୁଟେରା ମାନେ ବହୁ ପ୍ଲାନିଂକରି ଲୁଟ କରିବାକୁ ସ୍ଥାନ ବାଛୁଛନ୍ତି । ବ୍ରହ୍ମପୁରରେ ୪ଟି ସ୍ଥାନରୁ ମହିଳାଙ୍କ ନିକଟରୁ ନକଲି ପୋଲିସ ବେଶରେ ସୁନାଚେନ ଲୁଟିନେଇଥିଲେ କିନ୍ତୁ ଏପଯ୍ୟନ୍ତ ପୁଲିସର ହାତ ଖାଲିପଡିଛି । କୌଣସିବି ଲୁଟେରା ଗିରଫ ନହେବା ଯୋଗୁଁ ଲୁଟେରାମାନେ ପୁଲିସକୁ ଖାତିର ନକରି ଗୋଟିଏ ପରେ ଗୋଟିଏ ଲୁଟକରୁଛନ୍ତି । ୭୩ତମ ସ୍ବାଧୀନତା ପରେ ମଧ୍ୟ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ନେଇ ଜନ ସାଧାରଣ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି ।

Advertisement