କନ୍ଧମାଳ, ୧୫/୮(ଏଜେନସି ) :କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତ ତରଫରୁ ଏସଟି ଫ୍ରାନସିସ ଇଂରାଜୀ ସ୍କୁଲ ତରଫରୁ ୭୩ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ଏହି ଦିବସରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାର ବରିଷ୍ଠ ସମାଜ ସେବି, ସଂଗଠକ ଓ ସୁପରିଚିତ ରାଜନେତା ଶ୍ରୀ କ୍ଳେଶ ପ୍ରଧାନ ଯୋଗ ଦେଇ ପତାକା ଉତ୍ତଳୋନ କରିଥିଲେ । ଏବଂ ସଂକ୍ଷିପ୍ତ ବାର୍ତ୍ତା କହିବାସହ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରିଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଉକ୍ତ ଦିବସରେ ସ୍କୁଲର ଅଧକ୍ଷ୍ୟ ଫାଦେର ଆଲୋକ, ଉପାଧକ୍ଷ ଫାଦେର ବିନୋଦ, ସ୍କୁଲର ସଭାପତି ସତ୍ୟଜିତ ଡିଗାଲ ଉପଦେଷ୍ଟା ପରମାନନ୍ଦ ନାୟକ, ବ୍ଲକ ସଂଗଠକର ସଭାପତି ପ୍ରକାଶ ଚନ୍ଦ୍ର ନାୟକ, ଗୌରୀ ଶଙ୍କର ଆଚରି, ସଦାନନ୍ଦ ମଳିକ, ପୂର୍ବତ୍ତନ ବାରଖମା ସମିତି ସଭ୍ୟ ହେରଦ ନାୟକ, ଅମୀର ନାୟକ, ଲକ୍ଷ୍ମୀ ଦାଣ୍ଡିଆ, ଓଡିଶା ମହିଳା ମିଶନ ଶକ୍ତିର ପୋଗ୍ରାମ ଅଫିସର ସରୋଜିନୀ ପ୍ରଧାନ, ବାରଖମା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ସଭାପତି ଜୟ ଚନ୍ଦ୍ର ନାୟକ, ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।

















