
ବ୍ରହ୍ମପୁର,୧୫/୮(ରାଜେଶ ରଣା) : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଓ ସ୍ଵାଧୀନତା ଦିବସ ଅବସରରେ ପୋଷାକ ବିତରଣ ଓ ରକ୍ଷା ବନ୍ଧନ ଉତ୍ସବ ଜଗବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳନ ହୋଇଯାଇଛି । ସକାଳ ୭ଘ ସମୟରେ ପ୍ରଧାନ ଶିକ୍ଷୟତୀ ସବିତା ପାଢୀ ପତକା ଉତ୍ତୋଳନ କରି ଦେଶମାତୃକା ପାଇଁ ବ୍ରିଟିଶ୍ ସରକାର ସହ ଲେଢେଇ କରି ଦେଶକୁ ସ୍ବାଧୀନ କରିଥିବା ମହାପୁରୁଷଙ୍କୁ ସ୍ମରଣ କରିଥିଲେ । ୧0ଘ ସମୟରେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ,ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ କରକମଳରେ ପୋଷାକ ବିତରଣ ଉତ୍ସବ ଆୟୋଜିତ ହୋଇଥିଲା । ସି ଆର ସି ସି ଜୟସେନ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି, ମାନ୍ୟବର ବିଧାୟକ ବିକ୍ରମ ପଣ୍ଡା ମୁଖ୍ୟ ବକ୍ତା, ବାଲୁଙ୍କେଶ୍ବର ମନ୍ଦିର କମିଟି ସଭାପତି ପି ରାମାରାଓ ,ବରିଷ୍ଠ ବିଜେଡି ନେତା ଉଦ୍ଧବ ବିଷୟି ,ସାମ୍ବାଦିକ ଅନିଲ କୁମାର ଚୌଧୁରୀ ,ହରି ହର ପତିଙ୍କ ସମେତ ଉପସ୍ଥିତ ଭାଇ ମାନଙ୍କୁ ବିଦ୍ୟାଳୟର ଛାତ୍ତ୍ରୀ ମାନେ ରାକ୍ଷୀ ବାନ୍ଧି ସ୍ବାଗତ ଜଣାଇଥିଲେ । ବିଦ୍ୟାଳୟର ୧ମ ରୁ ୮ମ ଯାଏଁ ପଡୁଥିବା ୨୪୩ ଜଣ ଛାତ୍ରଛାତ୍ରୀଙ୍କୁ ସାଂସଦ ଓ ବିଧାୟକ ପୋଷାକ ଓ ବୁଟ ବଣ୍ଟନ କରିଥିଲେ । ଦୁର୍ଗା ପଣ୍ଡା, ଅଜିତ ପଣ୍ଡା, ଅଜୟ ସାହୁ,ଅସିତ ସାବତ,ବସନ୍ତ ସାବତ, ଏଙ୍କା ମହାରଣା,ବି ଦୁର୍ଗା ରାଓ, କାଳିଆ ରେଢୀଙ୍କ ସମେତ ବହୁ ସାହି ବାସିନ୍ଦା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶୃଙ୍ଖଳିତ ଭାବେ ସ୍ୱାଧୀନତା ଦିବସ ପାଳନ କରିଥିଲେ । ପ୍ରଧାନ ଶିକ୍ଷୟତୀ ସବିତା ପାଢୀ ପରିଚାଳନା କରିବା ବେଳେ । ଶିକ୍ଷୟତୀ ନଚିତା କୁମାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ରାବାଣା ସାର ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
















