ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତ ବେହେରାଙ୍କ ଦୁଇ ଦିନିଆ ଗଜପତି ଗସ୍ତ

265
ADVERTISEMENT

ଗଜପତି ,୧୫/୮ (ପ୍ରଭାତ କୁମାର ପାତ୍ର) : ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତ ବେହେରା ଗଜପତି ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ଜିଲ୍ଲାରେ ଉଡାନ କାର୍ଯ୍ୟକ୍ରମ ପରିଦର୍ଶନ କରିଛନ୍ତି । ଗଜପତି ପୋଲିସ ପକ୍ଷରୁ ବେକାର ଯୁବକ ଯୁବତୀଙ୍କୁ ସାମରୀକ ଓ ଅର୍ଧସାମରୀକ ବାହିନୀରେ ଯୋଗ ଦେବାକୁ ଯୋଗ୍ୟ କରି ଗଢ଼ିତୋଳିବା ପାଇଁ ମାଗଣାରେ ତାଲିମ ପ୍ରଦାନ କରାଯାଉଛି, ଏସ ପି ସାରା ଶର୍ମାଙ୍କ ଏହି ପଦକ୍ଷେପ ପାଇଁ ତାଙ୍କୁ ସାଧୁବାଦ ଜଣାଇବା ସହ ତାଲିମ ଶିବିରର ଶିକ୍ଷାର୍ଥୀଙ୍କ ଉତ୍ସାହ ଏବଂ ସେମାନଙ୍କ କୈାଶଳ ପ୍ରଦର୍ଶନ ଦେଖି ଖୁସି ବ୍ୟକ୍ତ କରିଛନ୍ତି । ଏ ସଂକ୍ରାନ୍ତରେ ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାରେ ଯୁବସମାଜ ପ୍ରତି ଏହିପରି ପ୍ରଗତିଶୀଳ ପଦକ୍ଷେପ ପାଇଁ ସେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା, ଏସପି ସାରା ଶର୍ମାଙ୍କ ସମେତ ବିଭାଗୀୟ ବହୁ ଅଧିକାରୀ ଯୋଗ ଦେଇଥିଲେ।

Advertisement