୮ ଦଫା ଦାବି ନେଇ ମୋଟର ପରିବହନ କର୍ମଚାରୀ ସଂଘର ଧର୍ମଘଟ

274
ADVERTISEMENT

ଗଜପତି ,୧୪/୮ (ଏଜେନସି) : ଗଜପତି ଜିଲ୍ଲା ମୋଟର କର୍ମଚାରୀ ସଂଘର ଧର୍ମଘଟ ଡାକରା । ୮ ଦଫା ଦାବି ନେଇ ଗାଡିଚଳାଚଳ ବନ୍ଦ କରିଛି ସଂଘ । ପୂର୍ବରୁ ଜିଲ୍ଲା ପ୍ରଶାସନକୁ ୮ ଦଫା ଦାବି ଅବଗତ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିବାରୁ ଏହି ପ୍ରତିବାଦରେ ଧର୍ମଘଟ କରିଛନ୍ତି । ଏହି ଆଠ ଦଫା ଦାବି ମଧ୍ୟରେ ବସଷ୍ଟାଣ୍ଡ ପରିସରରେ ଥିବା ସମସ୍ତ ମଦ ଦୋକାନ ତୁରନ୍ତ ବନ୍ଦ କରାଯାଉ ଏଥିସହ ବେଆଇନ ମଦ ବ୍ୟବସାୟଙ୍କ ଉପରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯାଉ । ଡିଜେଲ ବଦଳରେ କିରୋସିନି ବ୍ୟବହାର କରୁଥିବା ଗାଡି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ,କଣ୍ଡିସନ୍ ନଥିବା ପୁରୁଣା ବସକୁ ପରିବହନ ପାଇଁ ଅନୁମତି ନ ଦେବା କହିଛନ୍ତି । ଯାତ୍ରୀଙ୍କ ସୁବିଧା ପାଇଁ ବସ୍ ଷ୍ଟାଣ୍ଡ ପରିସରରେ ତୁରନ୍ତ ଯାନ ଅନୁସନ୍ଧାନ ଓ ଯାତ୍ରୀ ଟିକଟ ବିକ୍ରି ପାଇଁ ଏକ କାଉଣ୍ଟର ଖୋଲା ଯାଉ ଏବଂ ତାର ପରିଚାଳନା ଦାୟିତ୍ବ ଆସୋସିଏସନ୍କୁ ଦିଆଯାଉ ଏହି ପରି ଆଠ ଦଫା ଦାବି ନେଇ ମୋଟର ପରିବହନ କର୍ମଚାରୀ ସଂଘ ସମସ୍ତ ବସ ଚଳାଚଳ ବନ୍ଦ କରିଛନ୍ତି। ତେବେ ଏହି ସମସ୍ତ ଦାବି ପୂରଣ ନହୁଏ ଏହି ଧର୍ମଘଟ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲାଗିରହିଥିବ ବୋଲି ମୋଟର ପରିବହନ କର୍ମଚାରୀ ସଂଘର ସମ୍ପାଦକ କହିଛନ୍ତି।

Advertisement