ଗଜପତି ,୧୪/୮ (ପ୍ରଭାତ କୁମାର ପାତ୍ର): ଓଡିଶାର ସମସ୍ତ ସରକାରୀ ମହାବିଦ୍ୟାଳୟରେ ସ୍ନାତକ ଓଡ଼ିଆ ପାଠ୍ୟକ୍ରମ ଅଧ୍ୟୟନ ପାଇଁ ପାଉଣା ଛାଡ କରାଯାଇଥିଲେ ମଧ୍ୟ ଏହାକୁ ବେଖାତିର କରିଛନ୍ତି କଲେଜ କର୍ତ୍ତୃପକ୍ଷ । ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ ମାନେ । ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ । ଏହି ମହାବିଦ୍ୟାଳୟ ସର୍ବପୁରାତନ ହେଲେ ମଧ୍ୟ ଉଚ୍ଚ ଶିକ୍ଷା ବିଭାଗର ଚିଠିକୁ ବେଖାତିର କରିଛନ୍ତି କଲେଜ କର୍ତ୍ତୃପକ୍ଷ । ତେବେ ଚଳିତ ବର୍ଷ ସ୍ନାତକ ଓଡ଼ିଆ ବିଭାଗରେ ୮୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ଥିଲେ । ତେବେ ନାମ ଲେଖାଇବା ପାଇଁ ସରକାରଙ୍କ ପକ୍ଷରୁ ଫିଜ ଛାଡ କରାଯାଇଥିଲେ ମଧ୍ୟ କଲେଜରେନାମ ଲେଖା ଫିଜ ବାଧ୍ୟ ତାମୂଳକ ବୋଲି ଛାତ୍ରଛାତ୍ରୀ ମାନଙ୍କୁ କତୃପକ୍ଷ ବାଧ୍ୟତାମୂଳକ ବୋଲି ନେଇଛନ୍ତି । କଲେଜ କର୍ତ୍ତୃପକ୍ଷ ମନମୁଖୀକୁ ନେଇ ଛାତ୍ରଛାତ୍ରୀ ମାନେ ଏକ ବିଶାଳ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦଶନ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ । ଛାତ୍ରଛାତ୍ରଙ୍କ ଭାବବେଗ ସହତ ଖେଳିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ ମାନେ।



















