ହତ୍ୟା ମାମଲାରେ ସନ୍ଦିଗ୍ଧ ଆସାମୀର ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମ

261
ADVERTISEMENT

ସନଖେମୁଣ୍ଡି,୧୪/୮(ଏଜେନସି) : ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ଗ୍ରାମରେ ଗତ ୨୦୧୬ ମସିହାରେ ଏକ ସଂଗଠିତ ହତ୍ୟାକାରୀ ଭାବେ ପୋଲିସ ନଜରରେ ଶିବ ପାତ୍ର, ଆଜି ସକାଳ ୯ ଘଣ୍ଟ ସମୟରେ ପାଟପୁର ଥାନା ପ୍ରତିକ୍ଷାଳୟ ସ୍ଥିତ ପାଇଖାନାକୁ ଶୌଚ କରିବା ବାହାନାରେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଇଅଛି । ଏବେ ଗୁରୁତର ଭାବେ ଆହତ ହୋଇ ପୋଲିସ ସହାୟତାରେ ପ୍ରଥମେ ଆଡପଡା ଓ ପରେ ବ୍ରହ୍ମପୁର ବଡ ଡ଼କ୍ଟରଖାନାରେ ଭର୍ତ୍ତୀ ହୋଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ମିଳିଥିବା ସୂଚନା ପ୍ରକାରେ ପୋଡାମରି ଜୌନିକ ମହିଳା ଏସ ସାବିତ୍ରୀ ପାତ୍ରଙ୍କୁ ନିକଟସ୍ଥ ନୂଆଗାଁ ଛେଳି ଗୁହାଳରୁ ପ୍ରତ୍ୟାବର୍ତନ ସମୟରେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରିବା ସହ ଜୀବନରେ ମରିଦେଇଥିଲେ, ଉଳଘ୍ନ ଅବସ୍ଥାରେ ମୃତ ଶବକୁ ନିକଟସ୍ତ ନାଳକୁ ବନ୍ଧା ଲୁଗା ସହାର୍ଯ୍ୟରେ ଘୋଷାଡି ନେଇ ପକାଇଥିଲେ। ପରଦିନ ସକାଳେ ଖବର ପାଇ ଘରଲୋକ ଗ୍ରାମବାସୀଙ୍କ ସହ ନୂଆଗାଁ ନାଳରୁ ଶବ ଉଦ୍ଧାର କରିଥିଲେ। ତତ୍କାଳିନ ଥାନାକୁ ଡକାଇ ବହୁଦିନ ଧରି ତଦନ୍ତ କରିଥିଲେ। ଆସାମୀ ପ୍ରତି ମାସରେ ଆସି ଥାନାରେ ହାଜର ହେବା ସହ ତଦନ୍ତ ପାଇଁ ବହୁ ସମୟ ଥାନାରେ ମଧ୍ୟ ରହୁଥିଲେ। ଆଜି ସକାଳେ ଘଟିଥିବା ଏହି ଆତ୍ମହତ୍ୟା ଉଦ୍ୟମ ପରେ ପାଟପୁର ଥାନା ପକ୍ଷରୁ ତୁରନ୍ତ ଆଡପଡା ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରି ଚିକିତ୍ସା କରୁଥିବା ସହ ଅସାମୀର ଅବସ୍ଥାର ଉନ୍ନତି ଆସିଥିବା ପ୍ରକାଶ ପାଇଛି।

Advertisement