
ବ୍ରହ୍ମପୁର ,୧୪/୮ (ରାଜେଶ ରଣା ): ବ୍ରହ୍ମପୁର ସୁନାମ ଧନ୍ୟ ଶିଳ୍ପୀକାର ସତ୍ୟ ମହାରଣା ସେ ତାଙ୍କ କଳା ପ୍ରତିଭା ନୂତନ ଶୈଳୀରେ ପ୍ରଦଶନ କରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ସେ ଜାତିର ପିତାମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଅବସ୍ଥାପିତ କରିଛନ୍ତି । ଏକ ନିଆରା ଢଙ୍ଗରେ ପୁରୁଣା ଖବର କାଗଜରେ ତିଆରି କରିଛନ୍ତି ଗାନ୍ଧିଜୀଙ୍କ ମୂର୍ତ୍ତି ,ଏହି ମୂର୍ତ୍ତିର ଉଚ୍ଚତା ୭’ଇଞ୍ଚ ଥିବା ବେଳେ ଓସାର ୫ ଇଞ୍ଚ ଥିବା କୁହାଯାଉଛି ଏବଂପ୍ରତିମୂର୍ତ୍ତିକୁ ଲାଗି ଅବସ୍ଥାପିତ ଭାରତ ମାନଚିତ୍ର ମଧ୍ୟ କରିଛନ୍ତି ସେହି ଟିକୁ ମଧ୍ୟ୍ୟ ପୁରୁଣା ଖବର କାଗଜରେ ତିଆରି କରିଛନ୍ତି ସେଥିରେ ଲେଖା ଅଛି ‘ମେରା ଭାରତ ମହାନ’। ପ୍ରତି ପର୍ବ ପର୍ବାଣି ଅବା ଯେକୌଣସି ଉତ୍ସବ ଅନୁକୁଲ୍ୟରେ ସେ କିଛି ନା କିଛି ନୁଆଁ ଢ଼ଙ୍ଗରେ କଳାର ପ୍ରଦର୍ଶନୀ କରିଥାନ୍ତି । ଗତ ରଥ ଯାତ୍ରାରେ ୧.୫ ଇଞ୍ଚ ରଥ ତିଆରି କରି ଖ୍ୟାତିନାମା ଅର୍ଜନ କରିଥିଲେ ।


















