ଟ୍ରକ ଡ୍ରାଇଭରକୁ ମାଡ ମାରି,ଲୁଟ ଘଟଣାରେ ଅଭିଯୁକ୍ତ ଗିରଫ

294
ADVERTISEMENT

ବ୍ରହ୍ମପୁର,୧୪/୮ (ରାଜେଶ ରଣା ): ଗତ ୧୧-୦୮-୧୯ ମହାରାଷ୍ଟ୍ରରୁ ଏକ ଟ୍ରକ-ଏମଏଚ୪୦ଏ.କେ.୪୪୦୩ ନମ୍ବର ବିଶିଷ୍ଟ ଟ୍ରକରେ କୁକୁଡା ଦାନା ବୋଝେଇ କରି ବ୍ରହ୍ମପୁରକୁ ଆସିଥିଲା । ବୋଝେଇ କାମ ସାରି ଟ୍ରକ ଡ୍ରାଇଭର ଆଜାଦ ଖାଁ ଟ୍ରକ ଟର୍ମିନାଲ(ୟୁନିଅନ ଅଫିସ)ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଗାଡୀ ସହ ବିଶ୍ରାମ ନେବା ସମୟରେ । ୪ଜଣ ଅଭିଯୁକ୍ତ ଚିଙ୍କୁ ସ୍ବାଇଁ (୨୧),ସନ୍ତୋଷ କୁମାର ବେହେରା (୨୯),ଗଣେଶ ବିଶ୍ବାଳ (୧୯)ଓ ସନ୍ତୋଷ ସାହୁ(୨୯) ୨ଟି ମଟର ସାଇକେଲରେ ଆସି ନିଜକୁ ୟୁନିୟନର ମେମ୍ବର କହି ଚାନ୍ଦା ମାଗିଥିଲେ । ଏହାର ପ୍ରତିବାଦ କରିବାରୁ ଉପରୋକ୍ତ ଆସାମୀ ମାନେ ଡ୍ରାଇଭରକୁ ମାଡମାରି ଗାଡୀ ଭଙ୍ଗାରୁଜା କରିବା ସହ ଗାଡୀ ଚକର ପମ୍ପ ଖୋଲି ୮ହଜାର ଟଙ୍କା ନେଇ ଡ୍ରାଇଭରର ଡାହାଣ ହାତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ବଡ ବଜାର ଥାନା କେଶ୍ ନଂ୧୨୯/୧୯ ଆଇ ପି ସିର ଧାରା ୩୯୪ରେ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ଠାରୁ ଗୋଟିଏ ମଟର ସାଇକେଲ ସହ ନଗଦ ୮ହଜାର ଟଙ୍କା ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତ କିଛିଦିନ ହେବ ବଡ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୁପତି ଓ ତାଙ୍କରି ସହଯୋଗି ବିଭିନ୍ନ ସ୍ଥାନରେ ଚଢାଉ କରି ଗଂଜେଇ ନିଶା ବେପାରୀଙ୍କ ସହ ବେଆଇନ ଭାବରେ ପ୍ରସ୍ତୁତ କରୁଥିବା ଗୁଟକା ବ୍ୟବସାୟୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଯୋଗୁଁ ଅଞ୍ଚଳର ବହୁ ସଚେତନ ଜନସାଧାରଣ ଥାନା ଅଧିକାରୀ ପ୍ରଶାନ୍ତ ଭୁପତିଙ୍କୁ ଉଚ୍ଚ ପ୍ରସଂଶିତ କରିଛନ୍ତି ।ଏହା ସହ ପୋଲିସ ପେଟ୍ରୋଲିଂ କଡାକଡି କରିବା ଓ ପ୍ରତି ଦିନ ବାଲୁଙ୍କେଶ୍ବର ମହାଦେବ ମନ୍ଦିରଷ ଛକ, ବଡ ବଜାର ,ପୁରୁଣା ବ୍ରହ୍ମପୁର ଆଦି ଅଞ୍ଚଳରେ ଲାଗିରହୁଥିବା ଟ୍ରାଫିକ ସମସ୍ୟାର ସମାଧାନ ହେଲେ ଲୋକମାନେ ବହୁ ଅସୁବିଧାରୁ ମୁକ୍ତି ପାଆନ୍ତେ ବୋଲି ବୁଦ୍ଧିଯିବି ମାନେ ମତ ବ୍ୟକ୍ତ କରିଛନ୍ତି ।

Advertisement