ହିଂଜିଳିକାଟୁ,୧୪/୮ (ଶେଷଦେବ ସାହୁ): ସ୍ୱଛ ଭାରତ ମିଶନ ଆନୁକୂଲ୍ୟରେ ହିଂଜିଳିକାଟୁ ପୌରାଂଚଳ ପକ୍ଷରୁ ଘରକୁ ଘର ବୁଲି ଆର୍ବଜନା ସଂଗ୍ରହ ଓ ପୃଥିକୀକରଣ ସକାଶେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅପରାହ୍ନରେ ପୌର ପରିଷଦ କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ଅନୁଷ୍ଟିତ ହୋଇଯାଇଛି । ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ । ବୈଠକରେ ପୌରାଂଚଳର ବିଭିନ୍ନ ୱାଡର଼୍ରୁ ଘରକୁ ଘର ବୁଲି ଆର୍ବଜନା ସଂଗ୍ରହ ଓ ପୃଥିକୀକରଣ ସକାଶେ ବୁଧବାର ଠାରୁ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ସପ୍ତାହର ଗୋଟିଏ ଦିବସରେ ଗୋଟିଏ ଲେଖାଏଁ ୱାଡର଼୍ରୁ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ ବୋଲି ମତ ପ୍ରକାଶ ପାଇଥିଲା । ଗତ ଅଗଷ୍ଟ ୨୦୧୬ ଠାରୁ ହିଂଜିଳିକାଟୁ ପୌରାଂଚଳକୁ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ଅଂଚଳ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ପୌରାଂଚଳର ବିଭିନ୍ନ ୱାଡର଼୍ରେ ଏଯାବତ୍ ବାହ୍ୟ ଅଂଚଳରେ ମଳତ୍ୟାଗ କରୁଥିବା ଯୋଗୁଁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ବାହ୍ୟ ଅଂଚଳରେ ମଳତ୍ୟାଗ କରୁଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ଜୋରିମାନା ଆଦାୟ କରିବା ପାଇଁ ପୌର ପରିଷଦ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାର୍ଯ୍ୟରେ ଘୋଷଣା କରାଯାଉଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଉନଥିବା ଏବଂ ଏହା କେବଳ କାଗଜ କଲମରେ ସୀମିତ ରହିଯାଉଥିବା ନେଇ ବୈଠକରେ ମତ ପ୍ରକାଶ ପାଇଥିଲା । ପୌର ପରିଷଦ ପକ୍ଷରୁ ଏଥି ସକାଶେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଉପସ୍ଥିତ ବ୍ୟକ୍ତି ମାନେ ଦାବୀ ଜଣାଇଥିଲେ । ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସଂଜୟ କୁମାରେ ପଣ୍ଡା, ପୌରାଂଜଳ ବିଜେଡ଼ି ସଭାପତି ଭୀମସେନ ବେହରା, ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର, ହିଂଜିଳି ଥାନା ଏସ. ଆଇ. ପ୍ରଦିପ୍ତ କୁମାର ଦାଶ, ବିଜୁ ଯୁବ ବାହୀନି ସଂଯୋଜିକା ରାଜ କୁମାରୀ ମଲ୍ଲିକ, ଲକ୍ଷ୍ମୀ ନୃସିଂହ ବଣିକ ସଙ୍ଘ ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ, ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଗବାନ ମହାନ୍ତି , ବୃନ୍ଦାବନ ବିଦ୍ୟାପିଠର ସହକାରୀ ଶିକ୍ଷକ ନିକୁଂଜ ପ୍ରଧାନ, ତ୍ରିରଙ୍ଗା ଯୁବକ ସଙ୍ଘ ସଭାପତି ରଂଜନ କୁମାର ସାହୁ , ପ୍ରଭାତ ମହାରଣା, ଡ଼ିସକଭରି ସଂଯୋଜକ କାହ୍ନୁ ପଣ୍ଡା, ପ୍ରେସ କ୍ଳବ ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକ,ସମ୍ପାଦକ ଦ୍ୱିତୀକୃଷ୍ଣ ପଣ୍ଡା, ସାମ୍ବାଦିକ ଶେଷଦେବ ସାହୁ, ବିଶ୍ୱମ୍ବର ସାହୁ, ଦ୍ୱିତୀକୃଷ୍ଣ ସାବତ, ଲଳିତ ମୋହନ ପୋଲାଇ, ପ୍ରିୟବ୍ରତ ପଣ୍ଡା, ଆକାଶ ପଟ୍ଟନାୟକ, ବସନ୍ତ କୁମାର ପଟ୍ଟନାୟକ, ପବିତ୍ର କୁମାର ପାତ୍ର, ପୂର୍ବତନ କାଉନସିଲର ଯୁଧିଷ୍ଟିର ସ୍ୱାଇଁ, ପୌର ପରିଷଦର କନିଷ୍ଟ ଯନ୍ତ୍ରୀ ମାନସ ରଂଜନ ଦାଶଙ୍କ ସମେତ ପୌର ପରିଷଦର କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ ।


















