ଆସିକା ଥାନାର ଆରକ୍ଷୀ ଭାଇ ମାନଙ୍କୁ ରାଖୀ ବାନ୍ଧିଲେ ସ୍ମାର୍ଟ କ୍ଲାସସେର ଛାତ୍ରୀ

469
ADVERTISEMENT

ଆସିକା ,୧୨/୮(ଏଜେନସି) : ଆସିକା ସ୍ଥିତ ସୁନାମଧନ୍ୟ +୨ କଳା ଘରୋଇ ଶିକ୍ଷାନୁଷ୍ଠାନ ସ୍ମାର୍ଟ କ୍ଲାସସେ ଦ୍ୱାରା ରବିବାର ଦିନ ଆସିକା ଥାନା ପରିସରରେ ଆରକ୍ଷୀ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧି ଥିଲେ ଛାତ୍ରୀ ମାନେ । ଏଥିରେ ୭୦ ଜଣ ଶିକ୍ଷାର୍ଥୀ ଙ୍କ ସହ ଅନୁଷ୍ଠାନ ର ଶିକ୍ଷକ ଶ୍ରୀ ଆଶିଷ କୁମାର ପୃଷ୍ଟି ଯୋଗ ଦେଇଥିଲେ । କାର୍ଯକ୍ରମରେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ଓ ପୀତବାସ ଧାରୁଆ ସମସ୍ତ ବିଦ୍ୟାର୍ଥୀ ଭଊଣୀ ମାନଙ୍କୁ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଆସିକା ସହରକୁ ଅପରାଧ ମୁକ୍ତ କରିବା ପାଇଁ ଆସିକା ପୋଲିସ ସବୁବେଳେ ସଜାଗ ରହିଛି । ଦିନରାତି ଏକ କରି ଆସିକା ସହରକୁ ସୁରକ୍ଷା ଦେଉଥିବାରୁ ଆସିକା ପୋଲିସ ପ୍ରସଂସାର ପାତ୍ର ହୋଇପାରିଛି । ସ୍ମାର୍ଟ କ୍ଲାସ୍ ଶିକ୍ଷାନୁଷ୍ଠାନର ଏହିପରି ଏକ ଯୁଗାନ୍ତକାରୀ ପଦେକ୍ଷପ ଯୋଗୁଁ ଆଶିଷ କୁମାର ପୃଷ୍ଟିଙ୍କୁ ସର୍ବସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।

Advertisement