Sunday, September 20, 2026
ADVERTISEMENT
Home ଆଞ୍ଚଳିକ ବନ୍ୟା ପାଣିରେ ବୁଡିଛି ରୁଆ ଜମି

ବନ୍ୟା ପାଣିରେ ବୁଡିଛି ରୁଆ ଜମି

393
ADVERTISEMENT

ସାନଖେମୁଣ୍ଡି/ଦିଗପହଣ୍ଡି ,୧୨/୮(ଏଜେନସି) : ଧାନ ରୁଆ ୪|୫ ଦିନ ପରେ ଚାଷୀ ମୁଣ୍ଡରେ ଚଡକ। ପ୍ରାୟ ୫୦୦ ଏକର ଧାନ ଜମିରେ ବନ୍ୟା ପାଣି ଲହଡି ଭାଙ୍ଗୁଛି। ଏକ କୃତ୍ରିମ ସାଗର ଭ୍ରମ ସୃଷ୍ଟି କରିଛି ଚାଷ ଜମି । ଏଭଳି ଅବସ୍ଥା ଆଗରୁ କେବେ ଘଟି ନଥିଲା ବୋଲି ଚାଷୀମାନେ କହିଛନ୍ତି । ବିସ୍ତୀର୍ଣ୍ଣ ଚାଷ ଜମିରେ ୪/୫ ପୁଟ ଉଛତାରେ ଧାନ ଗବ ବୁଡି ରହିଛି। ଚାଷୀ ଜମିରୁ ପାଣି ନିଷ୍କାସନ ହେବା ପାଇଁ ୭ରୁ ୮ ଦିନ ଲାଗିବ ବୋଲି ଆକଳନ କରିଛି ଚାଷୀ। ସେତବେଳକୁ ସବୁ ରୁଆଧାନ ପୋଚକା ହୋଇଯିବା ଆଶଙ୍କା ରହିଛି । ଧାନ ତଳି ବିଡା ବାନ୍ଧି ଜମିରେ ପଡ଼ିଥିଲା । ବଢି ପାଣି ସେସବୁ ଭସାଇ ନେଇଛି । ବଳକା ବିହନ ନାହିଁ କି ତଳି ପକାଇବାକୁ ସମୟ ନାହିଁ। ଏଭଳି ସ୍ଥିତିରେ ସମ୍ପୁକ୍ତ ଚାଷୀ ଏକ ମନୁଷ୍ୟକୃତ ବିପତ୍ତିରେ ଛନ୍ଦି ହୋଇ ପଡିଛି । ଏହି ଘଟଣା ହେଲା ସାନଖେମୁଣ୍ଡି ବ୍ଲକ୍ ଗୌତମି ପଞ୍ଚାୟତ ଅନ୍ତର୍ଗତ ପଦ୍ମତୋଳା ଗ୍ରାମର ଚାଷୀଙ୍କ ଦୁଃଖ । ଗନ୍ତାୟତ ସ୍ୱାଇଁ, କାମଦେବ ସ୍ୱାଇଁ, କାଳୁ ସ୍ୱାଇଁ, ସନ୍ତୋଷ ସ୍ୱାଇଁ, ଦୀନବନ୍ଧୁ ସ୍ୱାଇଁ, କାଶୀନାଥ ମହାଙ୍କୁଡ ଓ ଶିବ ସ୍ବାଇଁ , ଗୌତମି ସରପଞ୍ଚ ସୁଶାନ୍ତ କୁମାର ସ୍ଵାଇଁ, ଗ୍ରାମ୍ୟ କୃଷି କର୍ମଚାରୀ ରାଜେନ୍ଦ୍ର ନନ୍ଦ ରେଡି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ବୁଡି ହୋଇଥିବା ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ଡ୍ରେନେଜ ବିଭାଗ ଅଧିନ ଖାରିନାଳ ବର୍ଷାଦିନ ପୂର୍ବରୁ ମରାମତି ହୋଇ ନଥିବାରୁ ଏଭଳି ସ୍ଥିତି ଉପତ୍ନ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ବୁଡି ଅଞ୍ଚଳ ପାର୍ଶ୍ଵ ଦେଇ ଖାରିନାଳ ପ୍ରଭାହିତ ହୋଇଥିବାରୁ ନାଲର ଉପର ମୁଣ୍ଡରେ ଶହେ ମିଟର ବ୍ୟବଧାନରେ ଦୁଇଟି ଚେକ ଡ୍ୟାମ ନିର୍ମାଣ ହୋଇଛି । ଅତ୍ୟଧିକ ବନ୍ୟାପାଣି ଆସିଲେ ଚେକ ଡ୍ୟାମର ପାର୍ଶ୍ଵ ଭାଙ୍ଗିଯାଇ ଜମିରେ ପ୍ରବେଶ କରୁଛି। ଗତ ୧୦ ବର୍ଷ ହେଲା ଏହାର ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଲୋକପ୍ରତିନିଧିଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଆସୁଛନ୍ତି ବୋଲି ଗ୍ରାମର ଚାଷୀ ଗନ୍ତାୟତ ସ୍ବାଇଁ କହିଛନ୍ତି । ପରିସ୍ଥିତି ସମ୍ପର୍କରେ କୃଷି ଅଧିକାରୀଙ୍କୁ ଜଣାଇବେ ବୋଲି ଗ୍ରାମ୍ୟ କୃଷି କାର୍ଯ୍ୟକାରୀ ରାଜେନ୍ଦ୍ର ନନ୍ଦ ରେଡି କହିଛନ୍ତି । ସରପଞ୍ଚ ସୁଶାନ୍ତ ସ୍ୱାଇଁ ଡ୍ରେନେଜ ବିଭାଗର ଦୃଷ୍ଟି ଆକର୍ଷଣ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି।

Advertisement