ଆସିକା,୧୨/୮(ଏଜେନସି) : ଆଜି ଆସିକା ଏନଏସି ସହରର ଉନ୍ନତି ଯୋଜନାର ୱାର୍ଡ ନମ୍ବର-୭, ୮, ୯ର ବିଭିନ୍ନ କଲ୍ୟାଣ ମଣ୍ଡପ, କମୁ୍ୟନିଟି ହଲ, ଗୁଡିକୁ ବିଧାୟିକା ମଞ୍ଜୁଳା ସ୍ୱାଇଁ ଉଦଘାଟନ କରିଥିଲେ । ଆସିକା ସୁନାମ୍ବ ସାହି ୱାର୍ଡ ନମ୍ବର-୯ ବ୍ରାହ୍ମଣ ସାହି ସ୍ଥିତ ଜଗନ୍ନାଥ ମନ୍ଦିର କଲ୍ୟାଣ ମଣ୍ଡପ ୬ଲକ୍ଷ ୨୧ ହଜାର ୯ଶହ ୨୬ଟଙ୍କା, ୱାର୍ଡ ନମ୍ବର-୭ ରଘୁନାଥ ମନ୍ଦିର କଲ୍ୟାଣ ମଣ୍ଡପ ୭ଲକ୍ଷ ୧୪ ହଜାର ୧୬ଟଙ୍କା, ୱାର୍ଡ ନମ୍ବର -୮ ନୃସିଂହ ମନ୍ଦିର କଲ୍ୟାଣ ମଣ୍ଡପ ୪ଲକ୍ଷ ୪୪ହଜାର ୫ ଶହ ୫୧ଟଙ୍କା , ସୁନାମ୍ବ କମା ସାହି କମୁ୍ୟନିଟି ହଲ ୨ଲକ୍ଷ ୬୬ ହଜାର ୫ଶହ ୫୫ଟଙ୍କା, ସୁନାମ୍ବ ହରିଜନ ସାହି କମୁ୍ୟନିଷ୍ଟ ହଲ ୪ଲକ୍ଷ ୪୧ ହଜାର ୫୦୧ ଟଙ୍କା, ସୁନାମ୍ବ ସାହି ଗ୍ରାମଦେବୀ ୪ଲକ୍ଷ ୪୪ହଜାର ୫ଶହ ୮୬ଟଙ୍କା, ସୁନାମ୍ବ ସାହି ଓଭର ହେଡ ଟ୍ୟାଙ୍କ ସ୍ଥିତ ନୂତନ ଶନି ମନ୍ଦିର କଲ୍ୟାଣ ମଣ୍ଡପ ୪ଲକ୍ଷ ୪୪ ହଜାର ୬୩୦ ଟଙ୍କା, ୱାର୍ଡ ନମ୍ବର-୭ ଓଡିଆ ସାହି ମା ଫୁଲକାଶୁଣି କଲ୍ୟାଣ ମଣ୍ଡପ ୬ଲକ୍ଷ ୧୧ ହଜାର ୨୮୭ ଟଙ୍କା ବ୍ୟୟରେ ପିଡବ୍ଲୁଡି ଦ୍ୱାରା ନିର୍ମିତ ପ୍ରକଳ୍ପକୁ ବିଧାୟିକା ମଞ୍ଜୁଳା ସ୍ୱାଇଁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦିଲ୍ଲିପ କୁମାର ପାଣିଗ୍ରାହି, ଏମ. ତାରିଣି ସେନାପତି, ଜିଲ୍ଲାପରିଷଦ କୋକରାମ ଜେନା, ଶିବଶଙ୍କର ମହାନ୍ତି, ନଗର ବିଜେଡି ସଭାପତି ନିଗମ ମହାନ୍ତି, କାହ୍ନୁପାତ୍ର, ପ୍ରମୋଦ ତ୍ରିପାଠି, ପ୍ରମୋଦ ବେହେରା, ଆଇନଜୀବୀ ଯଜ୍ଞ ଆଚାରୀ, ଏମ.ରଶ୍ମିତା ସେନାପତି, ବିଜୁ ଯୁବ ବାହିନୀ ନିଗାମାନନ୍ଦ ରାଉତ, ନଚିକେତା ସ୍ୱାଇଁ, ବୁଲୁ ପାଣିଗ୍ରାହି, ପୁର୍ବତନ ଜିଲ୍ଲାପରିଷଦ ରାଜେଶ ପଟ୍ଟନାୟକ, ଆସିଷ୍ଟାଟଂ ଏଗଜିକୁ୍ୟଟିଭ ଇଞ୍ଜିନିୟର ସତିଶ କୁମାର ପଟ୍ଟନାୟକ, ପିଡବ୍ଲୁଡି ଆସିଷ୍ଟାଟଂ ଇଞ୍ଜିନିୟର କାର୍ତିକେଶ୍ୱର ପ୍ରଧାନ, ଆସିକା ଏନଏସି ଇଞ୍ଜିନିୟର ଲକ୍ଷ୍ମିକାନ୍ତ ସିଂ ପ୍ରମୁଖ ଯୋଗ ଦେଇଥିଲେ ।