ଆଜି ଶ୍ରାବଣ ମାସର ଶେଷ ସୋମବାର; ମହାଦେବଙ୍କୁ ଜଳଲାଗି କରୁଛନ୍ତି ଭକ୍ତ

315
ADVERTISEMENT


ଭୁବନେଶ୍ୱର,୧୨/୮(ଏଜେନସି): ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବପୀଠରେ ହଜାର ହଜାର କାଉଡ଼ିଆ ଜଳ ଲାଗି କରିଛନ୍ତି।ଏନେଇ ଶୈବପୀଠ ଗୁଡ଼ିକରେ  ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି।ରାଜ୍ୟର ପ୍ରମୁଖ ଶୈବପୀଠ ପୁରୀର ଲୋକନାଥ, ଆଠଗଡ଼ର ଧବଳେଶ୍ୱର, ଭଦ୍ରକର ଆରଡ଼ି ଓ ଢେଙ୍କାନାଳର କପିଳାସ ସମେତ ଅନ୍ୟ ଶିବ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି।

Advertisement