ଗ୍ରାମାଞ୍ଚଳରେ ଗୁଟଖା ସହ ମଦ ଏବଂ ଗଞ୍ଜେଇ ବ୍ୟବହାର ବୃଦ୍ଧି: ଜନଜୀବନ ଅତିଷ୍ଠ

279
ADVERTISEMENT

କୁକୁଡାଖଣ୍ଡି ,୧୧/୦୮(ଇ.ରଞ୍ଜନ ) : ବ୍ରହ୍ମପୁର ସଦର ଥାନା ଇଲାକାଧିନ ଏକ ବେଆଇନ ଭାବେ ଚାଲୁଥିବା ଗୁଟଖା କାରଖାନାକୁ ସଦର ପୁଲିସ ଚଢ଼ାଉ କରି ବିପୁଳ ସଂଖ୍ୟକ ସଦ୍ୟ ପ୍ରସ୍ତୁତ ଗୁଟଖା ସହ କଞ୍ଚାମାଲ ଏବଂ ପ୍ୟାକିଂ ମେସିନକୁ ଜବତ କରିଛି । ଏହା ଏକ ପ୍ରଶାସନିକ କାର୍ଯ୍ୟବୋଲି କୁହାଯାଉଥିବା ବେଳେ ସେହି ଇଲାକାରେ ଆହୁରି ଏକାଧିକ ଗୁଟଖା କମ୍ପାନୀ ବେଆଇନ ଭାବେ ଚାଲୁଥିବା ଅଭିଯୋଗ ହୋଇଛି । ସେଗୁଡିକ ମଧ୍ୟ ଜବତ କରାଯିବ ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏହାଛଡା ଗ୍ରାମାଞ୍ଚଳ ଗୁଡିକରେ ଗୁଟଖା ସମେତ ଗଂଜେଇ ଏବଂ ମଦ୍ୟପାନ ବୃଦ୍ଧି ପାଉଥିବା ଯୋଗୁଁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ମଦୁଆ ମାନଙ୍କ ପାଦୁର୍ଭାବରେ ସାଧାରଣ ଜୀବନ ଯାତ୍ରା ବ୍ୟହାତ ହେଉଥିବା ଜଣାପଡ଼ିଛି । ପୁଲିସ ଓ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Advertisement