Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ରାଜାଧିରାଜ ଦେବରାଜ ସାହିତ୍ୟ ଅନୁଷ୍ଠାନର ଶ୍ରାବଣୀ ଆସର

ରାଜାଧିରାଜ ଦେବରାଜ ସାହିତ୍ୟ ଅନୁଷ୍ଠାନର ଶ୍ରାବଣୀ ଆସର

342
ADVERTISEMENT

ବ୍ରହ୍ମପୁର,୧୧/୦୮(ରାଜେଶ ରଣା) : ସ୍ଥାନୀୟ ତ୍ରିପାଠୀ ନଗରସ୍ଥିତ ରାଜାଧିରାଜ ଦେବରାଜ ସାହିତ୍ୟାନୁଷ୍ଟାନର ଶ୍ରାବଣୀ ଆସର ରବିବାର ଦିନ ଉକ୍ରଳ ଆଶ୍ରମ ସଭାଗୃହ ପରିସରରେ ଲେଖିକା ସ୍ୱର୍ଣ୍ଣପ୍ରଭା ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦିକା ସୁଧାଞ୍ଜଳି ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ସାହିତି୍ୟକ ଡ଼ା. ଚନ୍ଦ୍ରମଣି ସ୍ୱାଇଁ ଯୋଗଦେଇ ଓଡ଼ିଆ କବିତାରେ ବର୍ଷା ବର୍ଣ୍ଣନା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ କବି ଭଗବାନ ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବେ କବୟତ୍ରୀ ସ୍ୱର୍ଣ୍ଣମୟୀ ପାଢ଼ୀ ଯୋଗ ଦେଇଥିଲେ । ଏହି ଅବସରରେ ସୁଚେତା ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ କବି ପ୍ରଫୁଲ୍ଲ କୁମାର ତ୍ରିପାଠୀ, ବନ୍ଦନା ମହାପାତ୍ର, ଜିତେନ୍ଦ୍ର ନାଥ ପଟ୍ଟନାୟକ, ଶିବସୁନ୍ଦର ରଥ, ଅରୁଣ ମୋହନ ପାତ୍ର, ମନୋଜ କୁମାର ପାଢ଼ୀ, କାଳିନ୍ଦୀ ଚରଣ ନାୟକ, ଜ୍ୟେତ୍ସ୍ନାରାଣୀ ପଣ୍ଡା, ପଦ୍ମିନୀ ମିଶ୍ର, କୃଷ୍ଣପ୍ରସାଦ ସାବତ ଓ ଶରତ କୁମାର ଦାସ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିବା ବେଳେ ଜ୍ୟେତ୍ସ୍ନାରାଣୀ ସ୍ୱାଇଁ, ଚନ୍ଦ୍ରଶେଖର ମହାପାତ୍ର ଓ ବି. ସତ୍ୟମ୍ ଆଚାରୀ ଭଜନ ପରିବେଷଣ କରିଥିଲେ । ଶେଷରେ କବି ଡ. ଲକ୍ଷ୍ମୀନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ତ୍ରିପାଠୀ ଓ ପରିବାର ବର୍ଗ ସକ୍ରିୟ ସହଯୋଗ କରିଥିଲେ ।

Advertisement