କେରଳ ବନ୍ୟାରେ ଫସିଛନ୍ତି ଓଡ଼ିଆ ଶତାଧିକ ଶ୍ରମିକ

228
ADVERTISEMENT

ଆସ୍କା, ୧୧/୦୮(ଏଜେନସି ) : ଶେରଗଡ଼ ବ୍ଲକର ଦଶମୁଣ୍ଡଳୀ, ଶେରଗଡ଼ ଓ ଆସିକା ବ୍ଲକର ସୁନମୋହି ଗ୍ରାମର ବହୁବ୍ୟକ୍ତି କେରଳ କାଲିକଟ ମଙ୍ଗୁଆ ଅଞ୍ଚଳରେ ବନ୍ୟାରେ ଫସି ରହିଛନ୍ତି। ଜୁଲାଇ ୬ରୁ ପ୍ରବଳ ବର୍ଷା ପରେ କେରଳରେ ବନ୍ୟା ହୋଇଛି । ଉକ୍ତ ଅଞ୍ଚଳରେ ଶେରଗଡ ଓ ଆସିକା ବ୍ଲକର ୩୦୦ରୁ ଊର୍ଦ୍ଧ୍ୱ ଲୋକେ ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି । ୨ ଦିନ ହେଲା ଭୋକ ଉପାସରେ ଅଛନ୍ତି ବୋଲି ମଙ୍ଗୁଆ ଅଞ୍ଚଳରେ ଫସି ରହିଥିବା ଦଶାମୁଣ୍ଡଳୀ ଗ୍ରାମରେ ଡାକ ସେଠି ଫୋନ ଯୋଗେ ଜଣାଇଛନ୍ତି। ସେଠାରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ନ ଥିବା ସେମାନେ କହିଛନ୍ତି। ଗଞ୍ଜାମ ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଫସି ରହିଥିବା ଓଡିଆ ଶ୍ରମିକଙ୍କ ପରିବାର ନିବେଦନ ।

Advertisement