Friday, October 16, 2026
ADVERTISEMENT
Home ଆଞ୍ଚଳିକ ଆସିକାରେ ପୁଣି ଲୁଟେରାରାଜ୍‌ : ମିଠା ବେପାରୀଙ୍କୁ ରାସ୍ତାରେ ଲୁଟିଲେ ମୁଖାଧାରୀ,

ଆସିକାରେ ପୁଣି ଲୁଟେରାରାଜ୍‌ : ମିଠା ବେପାରୀଙ୍କୁ ରାସ୍ତାରେ ଲୁଟିଲେ ମୁଖାଧାରୀ,

350
ADVERTISEMENT
ଆସିକା,୧୧/୦୮(ଏଜେନସି ) :ଗଞ୍ଜାମ ଜିଲ୍ଲା ଆସିକା ଥାନା ଇଲାକାରେ ବନ୍ଧୁକଧାରୀ ଲୁଟେରା ଗ୍ୟାଙ୍ଗର ଆତଙ୍କରାଜ ଜାରି ରହିଛି। ଆଜି ଦିନ ପ୍ରାୟ ୧୧ଟା ୧୫ ମିନିଟରେ ଆସିକା-କବିସୂର୍ଯ୍ୟନଗର ମୁଖ୍ୟରାସ୍ତା ଡିପଲ ସ୍କୁଲଠାରୁ ଅଳ୍ପ ଦୂରରେ ବନ୍ଧୁକ ଦେଖାଇ ଜଣେ ମିଠା ବେପାରୀଙ୍କ ଟଙ୍କା ସମେତ ଅନ୍ୟ ସାମଗ୍ରୀ ଲୁଟି ନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଲୂଟ ର ଶିକାର ହୋଇଥିବା ମିଠା ବେପାରୀ ଜଣକ ହେଲେ ନିମିନା ବାସିନ୍ଦା ସିଶିଲ ପାତ୍ର। ସିଶିଲ ଗାଙ୍ଗପୁରରେ ଦୋକାନୀଙ୍କୁ ମିଠା ଦେବା ପରେ ବାଇକରେ ବକେୟା ଟଙ୍କା ସଂଗ୍ରହ କରି କବିସୂର୍ଯ୍ୟନଗର ଯାଉଥ‌ିଲେ। ଏହି ସମୟରେ ପିଛା କରୁଥିବା ୩ ଜଣ ଯୁବକ ଡିପଲ୍ ସ୍କୁଲଠାରୁ ଅଳ୍ପ ଦୂରରେ ସିଶିଲ୍‌ଙ୍କ ବାଟ ଓଗାଳିଥିଲେ। ମୁହଁରେ ମୁଖା ଓ ଗାମୁଛା ବାନ୍ଧିଥିବା ଏହି ଯୁବକମାନେ ତାଙ୍କୁ ମାଡ଼ ମାରିବା ସହ ପକେଟରୁ ୮ହଜାର ଟଙ୍କା ସ‌ହ ମୋବାଇଲ୍, ମିଠା, ବାଇକ୍ ଚାବି ଓ ହେଲ‌ମେଟ୍ ନେଇଯାଇ ଚମ୍ପଟ୍ ମାରିଥିଲେ। ଖବର ପାଇ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସଦଳବଳ ଘଟଣାସ୍ଥଳ‌ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ କେସ ନମ୍ବର ୨୫୫ ଅନୁସାରେ ମାମଲା ରୁଜୁ ହୋଇଛି। ଗତ ଦୁଇ ମାସ ହେଲା ଆସିକା ଥାନା ଲାକାରେ ଲୁଟେରା ଗ୍ୟାଙ୍ଗ୍ ଆତଙ୍କ ଖେଳାଇ ଚାଲିବା ପୁଲିସ ପାଇଁ ବଡ଼ଧରଣର ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି । ପୂର୍ବରୁ ଆସିକା-ବାଲିପଦର ମୁଖ୍ୟରାସ୍ତା ଭେଟନଈ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଅନ୍ନପୂର୍ଣ୍ଣା ମାଇକ୍ରୋ ଫାଇନାନ୍ସର ଜଣେ ମହିଳା କର୍ମଚାରୀଙ୍କୁ ମଧ୍ୟ ମାଉଜର୍ ଦେଖାଇ ଦୁର୍ବୃତ୍ତ ମାନେ ୧.୪୮ ଲକ୍ଷ ଟଙ୍କା ଲୁଟି ନେଇଥିବା ବେଳେ ଗତମାସ ୬ ତାରିଖରେ ନିରାଳ-ରିଷିପୁର ରାସ୍ତାରୁ ବି ଜଣେ ଫାଇନାନ୍ସ କର୍ମଚାରୀଙ୍କଠୁ ବନ୍ଧୁକ ମୁନରେ ୨.୪୭ ଲକ୍ଷ ଟଙ୍କା‌ ନେଇ ଯାଇଥିଲେ।
Advertisement