କନ୍ଧମାଳ,୧୦/୦୮(ଏଜେନସି ) : କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଓ ବାଲିଗୁଡା ବିଧାୟକ ଚକ୍ରମଣି କହଁର କ. ନୂଆଗାଁ, ବାଲିଗୁଡା, ତୁମୁଡିବନ୍ଧ ଓ କୋଟଗଡ଼ ବ୍ଲକ ଗ୍ରସ୍ତ କରିଥିଲେ । ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବିଲାମାଳ ପଞ୍ଚାୟତ ମୁଣ୍ଡିମାସ୍କା ଗ୍ରାମର ଦୀନ ମାଝୀ ଓ ପୂରେନ୍ଦ୍ର ମାଝୀ ବିଲକୁ ଚାଷ କରି ଫେରିବା ସମୟରେ ପ୍ରବଳ ବର୍ଷାରେ ଭାସିଯାଇଥିଲେ । ସେହି ପରିବାରକୁ ସାଂସଦ ମୋହଦୟ ପଚାଶ ହଜାର ଟଙ୍କା ଦେବାସହ ସେହି ପରିବାରରେ ଥିବା ପିଲା ମାନଙ୍କୁ କୀଟ ସ୍କୁଲରେ ମାଗଣାରେ ପାଠ ପଢ଼ିବାର ସହଯୋଗର ହାତ ବଢାଇଥିଲେ । ଏହା ସମସ୍ତ ବ୍ଲକର ବହୁ ଉନ୍ନତି ମୂଳକ କିପରି କରାଯାଇ ପାରିବ ଏନେଇ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିଥିଲେ । ଏହି ଗ୍ରସ୍ତ ସମୟରେ ବାଲିଗୁଡା ପୂର୍ବତନ ବିଧାୟକ ରାଜୀବ ପାତ୍ର, ବାଲିଗୁଡା ବିଜେଡି ବ୍ଲକ ସଭାପତି ଟୁନା ଦାସ, ବାଲିଗୁଡା ନଗର ଅଧକ୍ଷା ମମତା ବେହେରା, ବାଲିଗୁଡା ନଗର ଉପାଧକ୍ଷ ଲୋକନାଥ ପାଢ଼ୀ, ତୁମୁଡ଼ିବନ୍ଧ ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ, ସାଂସଦ ପ୍ରତିନିଧି ଶ୍ୟାମ ସୁନ୍ଦର ବଡ଼ସେଠ୍, କୋଟଗଡ଼ ଅଧକ୍ଷା, ବ୍ଲକ ସଭାପତି, ସାଂସଦ ପ୍ରତିନିଧି ମନୋଜ ସାବତ, ଶଙ୍କର ମହାପାତ୍ର, ରହିବା ସହ ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, ନୂଆଗାଁର ବହୁ କର୍ମୀ ଓ ନେତାଙ୍କ ଯୋଗ ଦେଇଥିଲେ ।