ପାରଳା ସ୍ବାଭିମାନ ମଞ୍ଚର କାଶୀନଗର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ :ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ଦାବି

185
ADVERTISEMENT

ଗଜପତି,୧୦/୦୮(ପ୍ରଭାତ କୁମାର ପାତ୍ର): ବଂଶୀଧାରା ନଦୀର ଉପର ମୁଣ୍ଡରେ ସାମାନ୍ୟ ବର୍ଷା ହେଲେ ଗଜପତି ଜିଲ୍ଲା କାଶିନଗର ବ୍ଲକ୍ ରେ ବାରମ୍ବାର ବନ୍ୟା ପରିସ୍ଥିତି ଦେଖାଦେଉଛି। ଲଗାଣ ବର୍ଷା ଯୋଗୁଁ ଫସଲ ସବୁ ନଷ୍ଟ ହେବା ସହ ଜମିରେ ବାଲି ଚର ମାଡିଯାଉଛି । ତଥାପି ଏହାର କୈାଣସି ସ୍ଥାୟୀ ପ୍ରତିକାର କରାଯାଉନାହିଁ, ବୋଲି ଉଦବେଗ ପ୍ରକାଶ କରି ଏହାର ସ୍ଥାୟୀ ପ୍ରତିକାର ପାଇଁ ପାରଳା ସ୍ବାଭିମାନ ମଞ୍ଚର ଅଧ୍ୟକ୍ଷ ଡ: ତିରୁପତି ପାଣିଗ୍ରାହୀ ଦାବି କରିଛନ୍ତି। ଗତ ଲଗାଣ ବର୍ଷାରେ କାଶିନଗର ବ୍ଲକ୍ ର ୨୨ ଗୋଟି ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ବାଭିମାନ ମଞ୍ଚର ଅଧ୍ୟକ୍ଷ ଡ: ତିରୁପତି ପାଣିଗ୍ରାହୀ ଏହି ସମସ୍ତ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ଦୁଃଖ କଷ୍ଟ ପଚାରି ବୁଝିବା ସହ କାଶିନଗର ବିଡିଓଙ୍କ ସହ ସାକ୍ଷାତ କରି ବନ୍ୟାର ସ୍ଥାୟୀ ସମାଧାନ ଉପରେ ଆଲୋଚନା କରିଥିଲେ।

Advertisement