ବନ୍ୟାର ସ୍ଥାୟୀ ପ୍ରତିକାର କରାଯାଉ : ପାରଳା ସ୍ୱାଭିମାନ ମଞ୍ଚ ଅଧ୍ୟକ୍ଷ ଡଃ.ତିରୁପତି ପାଣିଗ୍ରାହୀ

214
ADVERTISEMENT

ପାରଳାଖେମୁଣ୍ଡି, ୧୦ା୦୮ (ଏଜେନସି ) : ବଂଶଧାରା ନଦୀର ଉପର ମୁଣ୍ଡରେ ସାମାନ୍ୟ ବର୍ଷା ହେଲେ ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ ବାରମ୍ବାର ବନ୍ୟା ପରିସ୍ଥିତି ଦେଖାଯାଉଛି । ଲଗାତର ବନ୍ୟା ଯୋଗୁଁ ଅଞ୍ଚଳବାସୀଙ୍କ ଫସଲ ସହ ବହୁ ଧନ-ଜୀବନ ବିପନ୍ନ ହେବାରେ ଲାଗିଛି । ତଥାପି ଏହାର କୌଣସି ସ୍ଥାୟୀ ପ୍ରତିକାର କରାଯାଉନାହିଁ ବୋଲି ଉଦ୍ବେଗ ପ୍ରକାଶ କରି ଏହାର ସ୍ଥାୟୀ ପ୍ରତିକାର ପାଇଁ ପାରଳା ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ଡଃ.ତିରୁପତି ପାଣିଗ୍ରାହୀ ଦାବୀ କରିଛନ୍ତି । ଗତ ଲଗାତର ବର୍ଷାରେ କାଶୀନଗର ବ୍ଲକର ୨୨ ଗୋଟି ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ପାରଳା ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ଡଃ.ତିରୁପତି ପାଣିଗ୍ରାହୀ ଏହି ସମସ୍ତ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ଦୁଃଖ ପଚାରି ବୁଝିବା ସହ କାଶୀନଗର ବିଡିଓଙ୍କ ସହ ସାକ୍ଷାତ କରି କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସାହାଯ୍ୟ ଓ ବନ୍ୟାର ସ୍ଥାୟୀ ସମାଧାନ ଉପରେ ଶ୍ରୀ ପାଣିଗ୍ରାହୀ ଆଲୋଚନା କରିଥିଲେ ।

Advertisement