ଚିକିଟି, ୧୦/୮(ଏଜେନସି ) : ଶୁକ୍ରବାର ଦିନ ନୀଲାଭ ଗଗନ ତଳେ ଆୟୋଜିତ ଚିକିଟି ଭାଷା ଓ ସାହିତ୍ୟ ବିଭାଗରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ .ବିଚିତ୍ର ପଟନାୟକ ସଭାପତିତ୍ୱ କରିଥିଲେ । ତତସହିତ ବିଭାଗର ପ୍ରଧ୍ୟାପକ୍ ଡ଼. ପାଣିଗ୍ରାହୀ ,ସଭାକାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ ।ଓଡ଼ିଆ ବିଭାଗର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଏବଂ ବିଭାଗର ଅନ୍ୟତମ ଅଧ୍ୟାପକ ଡ଼.ସଞ୍ଜୟ କୁମାର ପଣ୍ଡା କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ସଂସ୍କୃତି ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହିତ ଅଧ୍ୟାପକ ଡ଼ ବିଶ୍ଵନାଥ ପାଣିଗ୍ରାହୀ ଓ ଶ୍ରୀ ପ୍ରକାଶ ବେହେରା ନିଜର ସ୍ଵବକ୍ତବ୍ୟ ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗର ଛାତ୍ରୀ ଗୀତାରାଣୀ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରମୁଖ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସଭା କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ ।