Saturday, October 24, 2026
ADVERTISEMENT
Home ରାଜ୍ୟ ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ରାସ୍ତାରୋକ କଲେ ଅମରେନ୍ଦ୍ରଙ୍କ ସମର୍ଥକ

ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ରାସ୍ତାରୋକ କଲେ ଅମରେନ୍ଦ୍ରଙ୍କ ସମର୍ଥକ

726
ADVERTISEMENT

ଜଗତସିଂହପୁର,(ଦୁନିଆ ହାଲ୍ ଚାଲ୍): ଜଗତସିଂହପୁର ବିଧାନସଭା ଆସନ ପାଇଁ ପ୍ରଶାନ୍ତ ମୁଦୁଲିଙ୍କୁ ବିଜେଡି ଟିକେଟ୍‌ ଦେବା ପରେ ବିରୋଧ ଜାରି ରହିଛି। ଆଶାୟୀ ପ୍ରାର୍ଥୀ ଅମରେନ୍ଦ୍ର ଦାସଙ୍କ ସମର୍ଥକମାନେ ଜଗତସିଂହପୁର ଥାନା ଛକ ଓ ନାଉଗାଁ ବଜାରରେ ରାସ୍ତାରୋକ କରିଛନ୍ତି। ଏଥିସହ ପ୍ରଶାନ୍ତ ମୁଦୁଲିଙ୍କ ବିରୋଧରେ ଅମରେନ୍ଦ୍ରଙ୍କ ସମର୍ଥକମାନେ ନାରାବାଜି ମଧ୍ୟ କରିଛନ୍ତି। ଅମରେନ୍ଦ୍ରଙ୍କ ସମର୍ଥକ ଗତକାଲି ଜିଲ୍ଲା ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ କଲେଜ ଛକ ନିକଟରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ। ପ୍ରଶାନ୍ତ ମୁଦୁଲିଙ୍କ ଟିକେଟ୍‌ ପ୍ରତ୍ୟାହାର କରି ଅମରେନ୍ଦ୍ରଙ୍କୁ ବିଜେଡ଼ି ଟିକେଟ ଦେବାକୁ ସେମାନେ ଦାବି କରିଛନ୍ତି।

Advertisement