Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ବିଜୟ କେତନ ପରିବାର ତରଫରୁ ଗଙ୍ଗାଧର ମେହେରଙ୍କ ୧୫୮ ତମ ଜୟନ୍ତୀ ପାଳନ

ବିଜୟ କେତନ ପରିବାର ତରଫରୁ ଗଙ୍ଗାଧର ମେହେରଙ୍କ ୧୫୮ ତମ ଜୟନ୍ତୀ ପାଳନ

293
ADVERTISEMENT

ସନଖେମୁଣ୍ଡି,୧୦/୮(ଏଜେନସି ) : ସନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମରି ଗ୍ରାମ ସ୍ଥିତ ବିଜୟ କେତନ ଖବର କାଗଜ ଶାଖା କାର୍ଯ୍ୟାଳୟ ପରିସରରେ ତା ୯.୦୮.୨୦୧୯ ରିଖ ସନ୍ଧ୍ୟା ୬ଘଣ୍ଟ ସମୟରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ୧୫୮ ତମ ଜୟନ୍ତୀ ମହା ଆଡମ୍ବର ସହକାରେ ପାଳିତ ହୋଇପାରିଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଜୟ କେତନ ପରିବାର ପ୍ରତିଷ୍ଠାତା ତଥା ପ୍ରବକ୍ତା ପଣ୍ଡିତ ବିଜୟ କୁମାର ପାଢୀ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରଦୀପ ପ୍ରଜ୍ଵଳନ ପରେ ଏହି ଅବସରରେ ସର୍ବ ପ୍ରଥମେ ଭାରତର ଅଦ୍ଵିତୀୟ ନେତ୍ରୀ ସ୍ବର୍ଗତ ସୁଷମା ସ୍ୱରାଜଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା । ଦ୍ଵୀତିୟତଃ ଭାରତର ନିର୍ବିକ, ବିର, ସାହସୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦିଙ୍କର ଅବିଷ୍କାରଣୀୟ ପଦକ୍ଷେପ-କାଶ୍ମୀରରୁ ୩୭୦ ଧାରା ଉତ୍ପଦକୁ ଉପସ୍ଥିତ ସମସ୍ତ ଭଦ୍ର ବ୍ୟକ୍ତିମାନେ ପ୍ରଶଂସା କରିଥିଲେ। ପରେ ପଣ୍ଡିତ ବିଜୟ କୁମାର ପାଢୀଙ୍କ ସଭାପତିତ୍ୱରେ ପରିଚାଳିତ କାର୍ଯ୍ୟକ୍ରମରେ ବିଜୟ କେତନ ଖବର କାଗଜରେ ସମ୍ପାଦକ ନୃସିଂହ ପ୍ରସାଦ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ସ୍ଥଳେ ଶିକ୍ଷାବିତ୍ ତଥା ଆଦର୍ଶ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ । ତତ୍ ସଙ୍ଗେ ସଙ୍ଗେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ପାଣିଗ୍ରାହୀ ଡି.କେଦାରନାଥ ପାତ୍ର, ପଞ୍ଚାନନ ଗୌଡ଼, ପି ରାମେଶ୍ୱର ପାତ୍ର ପ୍ରମୁଖ ସମ୍ବାନୀତ ଅତିଥି ଭାବେ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମାନସ ସାଗର ପଣ୍ଡିତ ଶ୍ରୀ ପାଢ଼ୀ ମହୋଦୟ ରୂପେ ତାଙ୍କ ବକ୍ତବ୍ୟରେ ଉପସ୍ଥାପନ କରି କହିଥିଲେ ଯେ ଯେଉଁ କେତେଜଣ ବରପୁତ୍ର,ସାହିତ୍ୟ ,ସଂସ୍କୃତି ଓ ସଭ୍ୟତାକୁ ବଞ୍ଚାଇବା ପାଇଁ ବହୁ ବାଧାବିଘ୍ନ, ଘାତ ପ୍ରତିଯୋଗିତାର ସମ୍ମୁଖିନ ହୋଇ ସୁଦ୍ଧା ନିଜର ପଥରେ ଅଗ୍ରସର ହୋଇଥିଲେ ସେମାନଙ୍କ ମଧ୍ୟରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଅନ୍ୟଭମ ଏବଂ ତାଙ୍କର ଚରିତ କଚିକ ବଧ,ତପସ୍ୱିନୀ ପୁସ୍ତକ ଇତ୍ୟାଦି ଉପରେ ସେ ଆଲୋଚନା କରିଥିଲା ଅନ୍ୟ ମାନଙ୍କ ମଧ୍ୟରେ ବିଜୟ କେତନ ପରିବାର ସମ୍ପାଦକ ଶ୍ରୀ ପାତି କହିଥିଲେ ଠପ ମନେ ପଠେ ଗଙ୍ଗାଧର ମେହେରଙ୍କ ସେହି ଭଳି “ଉଚ୍ଚ ହେବ ପାଇଁ କର ଯେବେ ଆଶା” ଉଚ୍ଚ କର ଆଶା ନିଜ ମାତୃଭାଷା। ତେଣୁ ଆମେ ସମସ୍ତେ ପ୍ରଥମେ ନିଜର ମାତୃଭାଷା ଓ ମାତୃଭୁମିର ସୁନାମ ରଖିବା ପାଇଁ ସଦାସର୍ବଦା ଚେଷ୍ଟା କରିବା ଆବଶ୍ୟକ। ପରେପରେ ଉପସ୍ଥିତ ସମସ୍ତ ବକ୍ତାମାନେ ନିଜନିଜର ବହୁମୂଲ୍ୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ ପରି ପରେ ଶ୍ରୀ ରାମେଶ୍ୱର ପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement