ବାର୍ଡ ଫ଼୍ଲ୳ ଆତଙ୍କ: ଆଜି ବି ଜାରି ରହିବ କୁକୁଡ଼ା ମରା ଅଭିଯାନ

419
ADVERTISEMENT

କଟକ,(ଦୁନିଆ ହାଲ୍ ଚାଲ୍): ବାର୍ଡ ଫ଼୍ଲ୳ର ପ୍ରତିକାର ପାଇଁ ଆଜି ବି କଟକର ବିଭିନ୍ନ ସ୍ଥାନରେ କୁକୁଡ଼ାମରା ଅଭିଯାନ ଜାରି ରହିବ। ଗତକାଲି କଟକ ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ରରେ ୪ ଶହରୁ ଅଧିକ ବତକ ଓ କୁକୁଡ଼ାଙ୍କୁ ପ୍ରଶାସନ ପକ୍ଷରୁ ମରାଯାଇଥିଲା। ଏହାସହ ୬ ହଜାରରୁ ଅଧିକ ଅଣ୍ଡା ନଷ୍ଟ କରାଯାଇଥିଲା। ପରିସ୍ଥିତିର ମୁକାବିଲା ପାଇଁ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଜରୁରୀକାଳୀନ ବୈଠକ ବସିଥିଲା। ସଂକ୍ରମିତ ଅଞ୍ଚଳରେ ୩ ମାସ ପର୍ଯ୍ୟନ୍ତ କୁକୁଡ଼ା, ବତକ ମାଂସ ଓ ଅଣ୍ଡା ନଖାଇବା ପାଇଁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି।

Advertisement