କୁକୁଡାଖଣ୍ଡି ,୧୦/୮(ଇ ରଞ୍ଜନ) : ରାଜ୍ୟ ସରକାରଙ୍କ ତରଫରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦେଶ କ୍ରମେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ବ୍ୟବସ୍ଥା “ମୋ ନିବେଦନ” ଆରମ୍ଭ କରିଥିବା ବେଳେ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ପ୍ରଥମ ଦିନରେ କୁକୁଡ଼ାଖଣ୍ଡୀ ବ୍ଲକର ଜଗଦ଼ଳପୁର ଓ ଅଙ୍କୁଶପୁର ପଞ୍ଚାୟତରେ ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୁକୁଡାଖଣ୍ଡୀ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୀବନଚନ୍ଦ୍ର ମଲ୍ଲିକ,ତହସିଲଦାର ସୁବାଷ ଚନ୍ଦ୍ର ରଇତ ,ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର,ଯୋଗାଣ ଅଧିକାରୀ ଏମ.ପ୍ରଶାନ୍ତ ରାଓ, ଏଇ ସୁଜିତ କୁମାର ତହଲ,ବିଇଓ ଏସ.ଗିରିଧର,ସରପଞ୍ଚ ହାଡୁବନ୍ଧୁ ବେହେରା,ନିମଖଣ୍ଡୀ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ଶତପଥୀଙ୍କ ସମେତ ବ୍ଲକ, ତହସିଲ ଓ ପଞ୍ଚାୟତର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ l ଆଜି ପ୍ରଥମ ଦିନରେ ଜଗଦ଼ଳପୁର ପଞ୍ଚାୟତରେ ସକାଳ ୯ ଘଣ୍ଟାରୁ ଆରମ୍ଭ ହୋଇ ମଧ୍ୟାଣ୍ଣ ୧ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା l ଏଥିରେ ପଞ୍ଚାୟତର ସର୍ବମୋଟ ୩୪୧ ଜଣ ହିତାଧିକାରୀଙ୍କ ଅଭିଯୋଗ ଶୁଣାଣି କରାଯାଇଥିଲା l ସେହିପରି ଅଙ୍କୁଶପୁର ପଞ୍ଚାୟତରେ ମଧ୍ୟ ୮୯ ଲୋକଙ୍କ ଅଭିଯୋଗ ଶୁଣାଣି ହୋଇଥିଲା l କିନ୍ତୁ ଦୁର୍ଭାଗ୍ୟର ବିଷୋୟ ଯେ, ସୂଚନା ଅଭାବରୁ ଲୋକଙ୍କ ଅନୁପସ୍ଥିତକୁ ନେଇ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ଚାଷୀମାନଙ୍କୁ ସୂଚନା ମିଳିନଥିବା ବେଳେ ଚାଷୀଙ୍କ ଅନୁପସ୍ଥିତ ରହିବା ସହ ଚାଷୀ ସମ୍ବନ୍ଧୀୟ ଅଭିଯୋଗ ହୋଇପାରିନଥିଲା l ସେହିପରି ଅଙ୍କୁଶପୁର ପଞ୍ଚାୟତରେ ମଧ୍ୟ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l