ଡାକ୍ତରଖାନାରେ ରୋଗୀଙ୍କୁ ଚିକିତ୍ସା କରାନଯିବାରୁ ଗ୍ରାମବାସୀଙ୍କ ପ୍ରତିବାଦ

209
ADVERTISEMENT

ଗାଙ୍ଗପୁର ,୯/୮(ଏଜେନସି): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ଠାରେ ବିଳମ୍ବିତ ରାତିରେ ଘଟିଛି ଏଭଳି ଏକ ଘଟଣା। ।ଡାକ୍ତରଖାନାକୁ ଆସିଥିବା ଗୁରୁତର ରୋଗୀଙ୍କୁ ଚିକିତ୍ସା କରାନଯିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ରାସ୍ତା ଉପରେ ଶବ ରଖି ଗ୍ରାମବାସୀଙ୍କ ପ୍ରତିବାଦ । ନିକଟସ୍ଥ ବିରିପୁର ଗ୍ରାମର ଗଙ୍ଗାଧର ବିଶ୍ୱାଳଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଗୋବରା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଚିକିତ୍ସା ପାଇଁ କିନ୍ତୁ ଡାକ୍ତରଖାନା ଡାକ୍ତର ଅନୁପସ୍ଥିତ ଥିବାରୁ ମେଡ଼ିକାଲର କର୍ମଚାରୀମାନେ ତାଙ୍କୁ ଫେରାଇ ଦେଇଥିଲେ । ଭଞ୍ଜନଗର ଡାକ୍ତରଖାନାକୁ ନେବା ରାସ୍ତାରେ ଗଙ୍ଗାଧରଙ୍କର ମୃତ୍ୟୁ ହୋଇଥିଲା । ଫଳରେ ଗୋବରା ଡାକ୍ତରଖାନା ସମ୍ମୁଖ ମୁଖ୍ୟ ରାସ୍ତା ଉପରେ ମୃତ ଦେହକୁ ରଖି ଶତାଧିକ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଗୋବରା ଡାକ୍ତରଖାନାରେ ରୋଗୀଙ୍କ ପ୍ରତି ଅବହେଳା ପ୍ରଦର୍ଶନକୁ ପ୍ରତିବାଦ କରିଥିଲେ । ଦୁଇ ଘଣ୍ଟା ଧରି ରାତି ପ୍ରାୟ ୨ ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହେବା ଯୋଗୁଁ ବ୍ରହ୍ମପୁର-ଫୁଲବାଣୀ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟାଇଥିଲେ ।

Advertisement