୧୦ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ

224
ADVERTISEMENT



ବ୍ରହ୍ମପୁର,୯/୮(ଏଜେନସି) : ବଡବଜାର ପୋଲିସ ଗୁରୁବାର ପାଣିଗ୍ରାହୀ ପେଣ୍ଠରେ ଥିବା ଏକ ଗୁଟ୍‌ଖା କାରଖାନାରେ ଚଢାଉ କରି ବିପୁଳ ପରିମାଣର ଗୁଟ୍‌ଖା ଜବତ କରିଛି। ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେ ହେଲେ କାରଖରାନାର କର୍ମଚାରୀ ପାଣିଗ୍ରାହୀପେଣ୍ଠର ହରିହର ଦାସ । ତାଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି କହିଛନ୍ତି । ମାଲିକ ରାମଚନ୍ଦ୍ର ସାହୁ ଫେରାର ହୋଇଯାଇଛନ୍ତି । ଗୁରୁବାର ଉକ୍ତ ଗୁଟ୍‌ଖା କାରଖାନାରେ ଚଢାଉ ବେଳେ ସେଠାରୁ ପୋଲିସ ୧୦୫ ବସ୍ତା ଗୁଟ୍‌ଖା, ୨ ମେଶିନ ଓ ଗୁଟ୍‌ଖା ପ୍ରସ୍ତୁତି ସରଞ୍ଜାମ ଜବତ କରିଛି । ଉକ୍ତ ୧୦୫ ବସ୍ତା ଗୁଟ୍‌ଖା ବିକ୍ରି କରିବା ପାଇଁ ସେଠାରେ ମହଜୁଦ ଥିଲା ବୋଲି ପୋଲିସ କହିଛି । ଏହା ବ୍ୟତୀତ ଉକ୍ତ କାରଖାନାରେ ୧୦ ପ୍ରକାର ଗୁଟ୍‌ଖା ପ୍ରସ୍ତୁତ ହେଉଥିବା ନେଇ ପୋଲିସ ସୂଚନା ଦେଇଛି । ଜବତ ଗୁଟ୍‌ଖାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । କାରଖାନା ମାଲିକ ରାମଚନ୍ଦ୍ର ସାହୁ ଚଢାଉ ବେଳେ ସେଠାରୁ ଖସି ପଳାଇଯାଇଥିବା ପୋଲିସ ସୂଚନା ଦେଇଛି । ଏନେଇ ନଂ.୧୭୬/୧୯ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ମାଲିକ ରାମଚନ୍ଦ୍ରଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।



Advertisement