ନୂତନ ଅଧିକାରୀଙ୍କ ନିଯୁକ୍ତି ଆଦେଶ

839
ADVERTISEMENT

ହିଂଜିଳିକାଟୁ, ୯/୮(ଶେଷଦେବ ସାହୁ ) : ହିଂଜିଳିକାଟୁ ପୌରପରିଷଦର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ମନୋରଂଜନ ସାହୁଙ୍କୁ ନିଯୁକ୍ତି ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥି ପୂର୍ବରୁ ସାହୁ ନୟାଗଡ଼ର ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ବର୍ତମାନ ହିଂଜିଳିକାଟୁ ପୌର କାର୍ଯ୍ୟନିର୍ବାହୀ ଥିବା ଅଶୋକ କୁମାର ପଣ୍ଡା ହିଂଜିଳିକାଟୁ ସହ ଆସିକା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ନୂତନ ଅଧିକାରୀ ସାହୁ କେବେ କାର୍ଯ୍ୟରେ ଯୋଗଦେବେ ସେ ନେଇ କୌଣସି ସୂଚନା ମିଳିନାହିଁ ।

Advertisement