ବିପର୍ଯ୍ୟସ୍ତରାସ୍ତାର ମରାମତି କେବେ ? ଏ ନେଇ ଲୋକ ଉତେଜିତ

220
ADVERTISEMENT

ସନଖେମୁଣ୍ଡି,୦୮/୦୮(ଏଜେନସି ) :ବ୍ଲକ ସ୍ତରରେ ବିଭିନ୍ନ ଅନୁଦାନକୁ ପାଥେୟ କରି ଉନୟନ ମୁଳକ କାର୍ଯ୍ୟଧାରା ଚାଲୁଥିବା ବେକେ ରାଜନୈତିକ ଦୃଷ୍ଟି ଭଙ୍ଗୀକୁ ମାଧ୍ୟମ କରି ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ତଥା ଆବଶ୍ୟକୀୟ ସ୍ଥାନରେ ଉନୟନ ମୁଳକ କାର୍ଯ୍ୟ କରୁନଥିବା ଅଭିଯୋଗ ହେଉଅଛି । ପଞ୍ଚୟତ ସ୍ତରରେ କରାଯାଇଥିବା ରାସ୍ତାଘାଟ,ପାନୀୟଜଳ ବ୍ୟବସ୍ତା ସହ ଗ୍ରାମ ଅଲୋକୀକରଣ ବ୍ୟବସ୍ଥାକୁ ପ୍ରତିନିଧି ମାନେ ବିନା ସାଧାରଣ ମତରେ ମନଇଚ୍ଛା କାର୍ଯ୍ୟ କରୁଥିବା ବେଳେ ଅତ୍ୟାବଶ୍ୟକୀୟ ଅନୁଷ୍ଠାନକୁ ଅଣଦେଖା କରୁଥିବା ସାଧାରଣରେ ଅଭିଯୋଗ ହେଉଅଛି। ଏହି ପରିପ୍ରେକ୍ଷୀରେ କଙ୍କୋରଡା ପଞ୍ଚାୟତର ଅବସ୍ତିତ ସରକାରୀ ଡାକ୍ତରଖାନାକୁ ସଂଯୋଗ କରୁଥିବା ପୂର୍ତ୍ତ ରାସ୍ତା ଠାରୁ ମେଡିକାଲ ରାସ୍ତାର ଦୁଆରବସ୍ତାକୁ ନେଇ ସମ୍ପ୍ରତି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବହୁ ଦିନ ଧରି ସ୍ତାନୀୟ ଜନସାଧାରଣଙ୍କ ଦ୍ଵାରା ପଞ୍ଚାୟତ, ବ୍ଲକ ଜିଲ୍ଲା ପରିଷଦରେ ଏହି ରାସ୍ତାର ପୁନଃ ନିର୍ମାଣ ପାଇଁ ଅଭିଯୋଗ କରୁଥିଲେ ମଧ୍ୟ ଏହା ହୋଇ ପାରୁନଥିବା ଅଭିଯୋଗ କରିଛନ୍ତି । ଫଳତଃ ଡାକ୍ତରଖାନାକୁ ଅସୁଥିବା ରୋଗୀ ସାଧାରଣ ବର୍ଷାରେ ଗ୍ରାମକୁ ନିର୍ଗତ ମଇଳା ପାଣି ଦ୍ଵାରା କାଦୁଅ ରାସ୍ତାରେ ହନ୍ତସନ୍ତ ହେଉଥିବା ନଜରକୁ ଆସୁଅଛି। ପୂର୍ତ୍ତ ରାସ୍ତାରୁ ବର୍ଷାଦିନେରେ ମେଡିକାଲ ଯିବା ବେଳେ ବାଇକ୍,ଆମ୍ବୁଲାନ୍ସ କିମ୍ବା ଅଟୋ ଯାଇପାରୁନଥିବା କାରଣରୁ ରୋଗୀଙ୍କୁ ନେବା ଆଣିବରେ ଅସୁବିଧା ହେଉଥିବା ଜଣାଯାଇଅଛି । ଏ ସମନ୍ଧରେ ସ୍ତାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ଗତ ଆର୍ଥିକ ବର୍ଷରୁ ଏହି ମେଡିକାଲ ରାସ୍ତା ପାଇଁ ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଥିଲେ ମଧ୍ୟ ସମିତି ଅନୁମୋଦନ ନ ହୋଇଥିବା କାରଣରୁ ଏହି ଅର୍ଥ ବିନିଯୋଗ ହୋଇପାରୁଥିବା ପ୍ରକାଶ କରିଛନ୍ତି । ବିଭାଗୀୟ କତ୍ତୃପକ୍ଷ ଏହି ରାସ୍ତାକୁ ଧ୍ୟାନ ରଖି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀମାନେ ଦୃଢ ଅଭିଯୋଗ କରିଛନ୍ତି ।

Advertisement