Thursday, October 15, 2026
ADVERTISEMENT
Home ଆଞ୍ଚଳିକ ଜାତୀୟ କୃମି ନାଶକ ଦିବସ : ଗଞ୍ଜାମ ଜିଲାରେ ୭ ଲକ୍ଷ ୩୪ ହଜାର ଶିଶୁ...

ଜାତୀୟ କୃମି ନାଶକ ଦିବସ : ଗଞ୍ଜାମ ଜିଲାରେ ୭ ଲକ୍ଷ ୩୪ ହଜାର ଶିଶୁ ଖାଇବେ ଔଷଧ

370
ADVERTISEMENT

ବ୍ରହ୍ମପୁର,୦୮/୦୮(ରାଜେଶ ରଣା): ଗଞ୍ଜାମ ଜିଲା ଗୋଳନ୍ଥରାସ୍ଥିତ ବିଜୁ ଆଦର୍ଶ ବିଦ୍ୟାଳୟଠାରେ ଗୁରୁବାର ଜିଲାସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇଥିଲେ । ଔଷଧକୁ ନେଇ ଅଭିଭାବକଙ୍କ ମନରେ ନାନା ଦ୍ୱନ୍ଦ୍ୱ ଥିବାରୁ ଶିଶୁମାନେ ଔଷଧ ସେବନ କରିପାରୁ ନାହାନ୍ତି । ବିନା ଭୟ ଏବଂ ଦ୍ୱନ୍ଦ୍ୱରେ ସମସ୍ତ ଶିଶୁ ଏହି ଔଷଧ ଖାଇବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଔଷଧ ଖୁଆଇ ଜିଲାପାଳ କୁଲାଙ୍ଗେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ସେଠୀ, ଏଡିପିଏଚ୍‌ଓ(ଭିବିଡ଼ି) ଡା. ଆର୍‌. ଜଗଦୀଶ ପଟ୍ଟନାୟକ, ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲା ପ୍ରକଳ୍ପ ପରିଚାଳକ ଶ୍ୟାମସୁନ୍ଦର ତ୍ରିପାଠୀ, ଏଡିପିଏଚ୍‌ଓ(ପରିବାର କଲ୍ୟାଣ) ଡା. ଭି.ସରୋଜିନୀ ଦେବୀ, ଜିଲା କୁଷ୍ଠ ଅଧିକାରୀ ଡା. ତୃପ୍ତିଲତା ମହାପାତ୍ର, ଜିଲା ଟିବି ଅଧିକାରୀ ଡା. ମଜୋନ କୁମାର ପଣ୍ଡା, ଡିଏମ୍‌ଆର୍‌ସିଏଚ୍‌ ଶକ୍ତି କୁମାର ଦିଗାଲ୍‌ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ଗୋଲକ ବିହାରୀ ମିଶ୍ର ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲାରେ ପ୍ରଥମରୁ ୧୯ ବର୍ଷ ପର୍ଯ୍ୟନ୍ତ ୭ଲକ୍ଷ ୩୪ ହଜାର ୧୨୦ଜଣ ଶିଶୁଙ୍କୁ ଔଷଧ ଖୁଆଇବାକୁ ଲକ୍ଷ୍ୟ ରଖାଯାଇଛି । ୪ହଜାର୪୮୪ଟି ବିଦ୍ୟାଳୟ ଏବଂ ୫ହଜାର ୧୪୧ଟି ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଔଷଧ ପ୍ରଦାନ କରାଯିବ। ପ୍ରଥମରୁ ୫ ବର୍ଷ ପର୍ଯ୍ୟନ୍ତ ୧ ଲକ୍ଷ ୫୧ ହଜାର ୭୨୭ଶିଶୁଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ତଦୁର୍ଦ୍ଧ ୫ ଲକ୍ଷ ୮୨ହଜାର ୩୯୩ଜଣ ଶିଶୁଙ୍କୁ ବିଦ୍ୟାଳୟ ଗୁଡ଼ିକରେ ଔଷଧ ପ୍ରଦାନ କରାଯିବ ।

Advertisement