କନ୍ଧମାଳ,୦୮/୦୮(ଏଜେନସି ) : କନ୍ଧମାଳ କିନ୍ନର ମହାସଂଘ ତରଫରୁ କନ୍ଧମାଳ ଜିଲ୍ଲା ସଭାପତି ନମିତା ପରିଡା ଙ୍କ ନେତୃତ୍ୱରେ ସ୍ଵଛ ଭାରତ ଅଭିଯାନ ଓ ପଲିଥିନ ମୁକ୍ତ ସହର ଗଡ଼ିବା ନିମନ୍ତେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କିନ୍ନର ମହାସଂଘର କର୍ମକର୍ତ୍ତା ଓ ସମସ୍ତ କିନ୍ନର ମାନଙ୍କ ଦ୍ୱାରା ଏକ ସଭାଯାତ୍ରା ସ୍ଥାନୀୟ ମାଡିକୁଣ୍ଡା ଛକ ଠାରୁ ବାହାରି ଫୁଲବାଣୀ ସହର ପରିକ୍ରମା କରି ଯାଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପରିସରର ମଧ୍ୟରେ ସ୍ଵଛ ଭାରତ ଅଭିଯାନ କାର୍ଯ୍ୟକ୍ରମ କରିଥିଲେ । ମେଡିକାଲ ପରିସର ଝାଡୁ ମାରି ମଇଳା ଉଠାଇ ସଫା ସୁତରା କରିଥିଲେ । ଏହି ଅବସରରେ ସ୍ଥାନୀୟ ବିଜୁକଲ୍ୟାଣ ମଣ୍ଡପ ଠାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିବାବେଳେ କିନ୍ନର ମାନଙ୍କ ଦ୍ୱାରା ସାଂସସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କିନ୍ନର ମାନଙ୍କର ଅନ୍ୟ ଜିଲ୍ଲା ଭଳି ଏ ଜିଲ୍ଲାରେ ବଞ୍ଚିବାର ରାହା ନାହିଁ । କିନ୍ନର ମାନେ ସମାଜରେ ଅବହେଳିତ ପ୍ରଶାସନର ଦୃଷ୍ଟି ସେମାନଙ୍କ ପ୍ରତି ପଡେନାହିଁ । ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ । ଖରା ବର୍ଷା ଶୀତରେ ବାରଦାଣ୍ଡ ଶୁଣ୍ଢି ପିଣ୍ଡା ହୁଅନ୍ତି । ବହୁ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ବୋଲି ଜିଲ୍ଲା ସଭାପତି ନମିତା ମା ଗଣମାଧ୍ୟମକୁ କହିଥିଲେ । ଉକ୍ତ କାର୍ଯ୍ୟରେ କିନ୍ନର ମାନଙ୍କ ମଧ୍ୟରେ ପାଏଲ, ସଞ୍ଜୁ , ରିଙ୍କି , ସୁପ୍ରିୟା ଓ ଅନ୍ୟ ମାନେ ଯୋଗଦେଇ ଥିଲେ ।