Sunday, September 20, 2026
ADVERTISEMENT
Home ଆଞ୍ଚଳିକ ବିପଦ ସଙ୍କେତ ଉପରେ ବୋହୁଛି ନଦୀ ଜଳ

ବିପଦ ସଙ୍କେତ ଉପରେ ବୋହୁଛି ନଦୀ ଜଳ

348
ADVERTISEMENT

ପାରଳାଖେମୁଣ୍ଡି,୦୮/୦୮(ପ୍ରଭାତ କୁମାର ପାତ୍ର ): ଗଜପତି ଜିଲ୍ଲାରେ ଗତକାଲି ଠାରୁ ଲଗାଣ ବର୍ଷା ଲାଗିରହିଥିବା ଫଳରେ କାଶିନଗର ଠାରେ ବଂଶିଧାରା ନଦୀର ଜଳସ୍ତର ବତମାନ ବିପଦ ସଙ୍କେତର ବହୁ ଉଦ୍ଧରେ ପ୍ରଭାବିତ ହେଉଛି । ଏଠାରେ ସତର୍କ ସଙ୍କେତ ୫୩.୬୦ ମିଟର ଥିବା ବେଳେ ବିପଦ ସଙ୍କେତ ୫୪.୬୦ ମିଟର ରହିଛି । ହେଲେ ବର୍ତମାନ ନଦୀର ଜଳସ୍ତର ୫୬.୦୨ ମିଟରରେ ପ୍ରଭାବିତ ହେଉଛି । ଏହି ବନ୍ୟା ଜଳକୁ ନିୟନ୍ତ୍ରଣ କରିବା ପାଇଁ ବଂଶୀଧର ନଦୀର ତଳ ମୁଣ୍ଡରେ ଥିବା ଅାନ୍ଧର ହିର-ମଣ୍ଡଳମ୍ ସ୍ଥିତ ଗୋଟା ବ୍ୟାରଜ୍ ରେ ଥିବା ସମସ୍ତ ୨୨ଟି ଗେଟକୁ ୨ ମିଟର ଉଚ୍ଚତାରେ ଖୋଲାଯାଇଛି । ସେହି ଗେଟ ଦେଇ ପ୍ରତି ସେକେଣ୍ଡରେ ୭୯ ହଜାର ୩୦୫ କ୍ୟୁସେକ ଜଳ ଛଡା ଯାଉଛି ଅନ୍ୟ ପକ୍ଷରେ ଏହି ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀ କୂଳିଆ କାଶିନଗର ବ୍ଲକ୍ ଅନେକ ଅଞ୍ଚଳରେ ଜଳ ମଗ୍ନ ହୋଇ ପଡିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବାଡିଗାଁ, ପାଲସିଙ୍ଗ, ବୁଦୁରା ଏହି ୪ ଗୋଟି ଗ୍ରାମର ୬୫୦ ପରିବାର ଲୋକଙ୍କୁ ବାଡିଗାଁ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲା ଯାଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯାଇଛି। ଏଥିସହିତ ସେମାନଙ୍କୁ ଦୁଇ ରନ୍ଧା ଓ ଶୁଖିଲା ଖାଦ୍ୟ ସବୁ ଯୋଗାଇ ଦିଆଯାଉଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଦୃଷ୍ଟିରେ ରଖି ଏହାର ଉଚିତ ମୁକାବିଲା କରି ଅଂଚଳ ବାସୀଙ୍କ ଧନ-ଜୀବନ ରକ୍ଷା କରିବା ପାଇଁ ଅଗ୍ନିଶମ ଦଳ ବଂଶୀଧାରା ନଦୀକୂଳ ଅଂଚଳରେ ସମ୍ପୂର୍ଣ୍ଣ ଭାବରେ ସଜାଗ ହୋଇ ରହିଛନ୍ତି। ଅନ୍ୟ ପକ୍ଷରେ ସମ୍ଭବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟି ଆଗରେ ରଖି ଉପ-ଜିଲ୍ଲାପାଳ ଓ ବିଡିଓ ପ୍ରମୁଖ କାଶିନଗର ଠାରେ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Advertisement