ଜିଲ୍ଲାପାଳଙ୍କ ନିର୍ଦେଶକୁ ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବମାନନା

516
ADVERTISEMENT


ହିଂଜିଳିକାଟୁ, ୭/୮ (ଶେଷଦେବ ସାହୁ) : ଗଂଜାମ ଜିଲ୍ଲାପାଳଙ୍କ ନିର୍ଦେଶକୁ ହିଂଜିଳିକାଟୁ ପୌରାଂଚଳ ସ୍ଥିତ ସରକାରୀ ବୃନ୍ଦାବନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅବମାନନା କରିଥିବା ନେଇ ସହରରେ ଆଲୋଚନା ହେଉଛି । ପ୍ରକାଶ ଯେ, ଗତ ୩ ଦିନ ଧରି ଗଂଜାମ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବୁଧବାର ଛୁଟି ଘୋଷଣା କରାଯାଇଥିଲା । ପରିତାପର ବିଷୟ ଛୁଟି ନିର୍ଦେଶ ରହିଥିବା ସତ୍ୱେ ସ୍ଥାନୀୟ ସରକାରୀ ବୃନ୍ଦାବନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି ଗଂଜାମ ଜିଲ୍ଲାପାଳଙ୍କ ନିର୍ଦେଶକୁ ଅବମାନନା କରି ପ୍ରଥମ ପର୍ଯ୍ୟାୟ ନିର୍ଘଂଟ ଅପରାହ୍ନ ପ୍ରାୟ ୧ ଘଂଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ଶିକ୍ଷାଦାନ ଚାଲୁ ରଖିଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶକୁ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବମାନନା କରୁଥିବା ନେଇ ସହରରେ ଚର୍ଚ୍ଚା ଚାଲିଛି । ଘଟଣା ନେଇ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମୁନିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ କିଛି ଅଭିଭାବକ ଓ ଶିକ୍ଷାର୍ଥୀ ମାନଙ୍କ ଅନୁରୋଧ କ୍ରମେ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ଶିକ୍ଷାଦାନ ଚାଲୁ ରଖାଯାଇଥିଲା ।

Advertisement