ପାରଳାଖେମୁଣ୍ଡି, ୭/୮, ଏଜେନସି : ଗଜପତି ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ସମିତିର ମିଳିତ ଉଦ୍ୟମରେ ଗଜପତି ଜିଲ୍ଲାର ୭ ଜଣ ଜନ୍ମଗତ ହୃଦ ରୋଗରେ ପିଡିତ ଛୋଟ ପିଲାଙ୍କୁ ଅସ୍ତ୍ରପଚାର ପାଇଁ କେନ୍ଦ୍ର ସରକାରଙ୍କ ରଷ୍ଟ୍ରୀୟ ବାଲ-ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ସହଲ ସ୍ୱାସ୍ଥ୍ୟ ଓ ଚିକିତ୍ସା ପାଇଁ ଗୁଜରାଟର ଅହମ୍ମଦାବାଦ ପଠାଯାଇଛି । ଅସ୍ତ୍ରପଚାର ପାଇଁ ଯାଇଥିବା ପିଲାମନେ ଜିଲ୍ଲାର ସ୍କୁଲ,ଅଙ୍ଗନାବାଡି ଓ ଗ୍ରାମର । ଏମାନେଙ୍କୁ ପୂର୍ବରୁ ରଷ୍ଟ୍ରୀୟ ବାଲ-ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମୋବାଇଲ ହେଲଥ୍ ଟିମ୍ ଦ୍ୱାରା ଚିହ୍ନଟ ଓ ପରିକ୍ଷା କରାଯାଇ ଜନ୍ମଗତ ହୃଦ୍ରୋଗର ପୋଜିଟିଭ୍ ଥିବା ଜଣା ପଡିବା ପରେ ସେମାନଙ୍କୁ ଗୁଜରାଟର ଅହମ୍ମଦାବାଦ ସ୍ଥିତ ସତ୍ୟସାଇ ହାର୍ଟ ହସପିଟାଲକୁ ପଠାଯାଇଛି । ସେମାନଙ୍କ ସହିତ ସେମାନଙ୍କ ଜଣେ ଅଭିଭାବକ ସଦସ୍ୟ ମଧ୍ୟ ଯାଇଛନ୍ତି । ସେମାନଙ୍କ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ସେମାନେ ସମସ୍ତେ ରଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସେଲର ପ୍ରତ୍ୟକ୍ଷ ତତ୍ତ୍ୱଧ୍ୟାନରେ ଗଜପତି ଜିଲ୍ଲା ରଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମେନେଜର ସାଇ ପ୍ରସାଦ ଏବଂ ସାଇକୋଲୋଜିଷ୍ଟ ମନୋଜରଞ୍ଜନ ନାୟକଙ୍କ ସହିତ ଭୁବନେଶ୍ୱର ଯାଇ ସେଠାରୁ ଫ୍ଲାଇଟ ଯୋଗେ ଅହମ୍ମଦାବାଦ ଗ୍ରସ୍ତ କରିଛନ୍ତି । ଜିଲ୍ଲାପାଳ ଅନୁପମ ଶାହା,ସିଡିଏମଓ ଡାଃ. ଗୁନୁରାଣୀ ପଟ୍ଟନାୟକ,ଡିପିଏମ ସୌମ୍ୟା ରାଣୀ ଗୌଡ ଏବଂ ଡାଃ.ରମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଏମାନଙ୍କ ଆରୋଗ୍ୟ କାମନା କରି ଖୁବଶୀଘ୍ର ଭଲରେ ଆସିବାକୁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ଏନଏଚଏମ ପରିଚାଳନା ନିର୍ଦ୍ଧେଶିକା ଶ୍ରୀମତି ଶାଳୀନ ପଣ୍ଡିତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧ୍ୟାନରେ ସଫଳତାର ସହ ଆଗେଇ ଚାଲିଥିବା କୁହାଯାଇଛି ।