Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ପୁଣିବେଆଇନ ଗୁଟୁଖା କାରଖାନା ରେ ଚଢଉ

ପୁଣିବେଆଇନ ଗୁଟୁଖା କାରଖାନା ରେ ଚଢଉ

320
ADVERTISEMENT

କୁକୁଡାଖଣ୍ଡି:୬/୮(ଇ ରଞ୍ଜନ ) : ସଦରଥାନା ଅଞଳରେ ଗଢିଉଠିଛି ମାଳମାଳ ବେଆଇନ ଗୁଟୁଖା କାରଖାନା । ସଲାସୁତୁରାରେ ଦୀର୍ଘ ଦିନଧରି ଚାଲିରହିଥିଲା ଏହି ବେଆଇନ ବେପାର। ବ୍ରହ୍ମପୁର ସହରର କିଛି ଅସାଧୁ ବେପାରୀ ସଦରଥାନା ଅଧିନରେ ଥିବା ବ୍ରହ୍ମପୁରର ତଳି ଅଞ୍ଚଳକୁ କବଜା କରି ସଲାସୁତୁରାର ସହ ଚଲାଇଥିଲେ ବେପାର। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୋଲିସର ଚେତା ପସିଲା ।ଗୋଟିଏ ପରେ ଗୋଟିଏ ବେଆଇନ କାରଖାନା ଉପରେ ଚଢଉ ହେଲା । ବୋରିଗାଁ,ଭୂତପଲ୍ଲୀ ଅଞଳରେ ଚଢଉ କରି ନକଲି ଗୁଟୁଖା ,ପ୍ରସ୍ତୁତି ସାମଗ୍ରୀ,ମେସିନ ସହ ମାଲିକକୁଂ ମଧ୍ୟ ଗିରଫ କରିଥିଲା । ଭୂତପଲ୍ଲୀ ସଦରଥାନା ନିକଟରେେ ହୋଇଥିଲେ ମଧ୍ୟ କିପରି ଉକ୍ତ ସ୍ଥାନରେ ବେଆଇନ କାରବାର ଚାଲୁଥିଲା ଏବଂ ଥାନା କୁ ମଧ୍ୟ ଜଣାପଡୁନଥିଲା । ପୁଣି ସୋମବାର ରାତ୍ର ୯ଟାରେ ନିମଖଣ୍ଡି ଫାଣ୍ଡି ଅଧିନରେ ଚଢଉ କରି ୪୦ ବସ୍ତା ଗୁଟୁଖା,୩ଟି ମେସିନ ସହ ପ୍ରସ୍ତୁତକାରୀ ଦିବ୍ୟାଶୁଂ ବେହେରା ,କାଶୀନାଥ ବେହେରା ,ଶରତ ବିଷୋୟୀ କୁ ଗିରଫ କରିବାସହ୧୯୬/୧୯ ରେ ମାମଲାରୁଜୁ କରି କୋଟ ଚାଲାଣ କରିଥିବା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି।ଆହୁରି ବେଆଇନ ଗୁଟୁଖା କାରଖାନା ଥିଲେ ମଧ୍ୟ ସେଗୁଡିକୁ ଧରିବାକୁ ସାହାସ କରିପାରୁନି ପୋଲିସ ।

Advertisement