ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

178
ADVERTISEMENT

ପାରଳାଖେମୁଣ୍ଡି,୬/୮ଏଜେନସି : ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ସୀତାପୁର ଗ୍ରାମ ଠାରେ ଥିବା ଅଙ୍ଗବାଡି କେନ୍ଦ୍ର ଠାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଜନସାଧାରଣଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ସ୍ତନ୍ୟପାନ ଦ୍ୱାରା ଶିଶୁ ମାନଙ୍କର କିପରି ଉପକାର ହୁଏ ସେ ବିଷୟରେ ସମସ୍ତ ଅଙ୍ଗନବାଡି କର୍ମୀମାନେ ନିଜ ନିଜର ମତ ପୋଷଣ କରିଥିଲେ । ଏଥିରେ ମୁଖ୍ୟତଃ ପୁଷ୍ପାଞ୍ଜଳୀ ପଣ୍ଡା ଯୋଗଦେଇ ସ୍ତନ୍ୟପାନ ସପ୍ତାହ ପାଳନର ମହତ୍ୱ ଏବଂ ଏ ବିଷୟରେ ଲୋକମାନଙ୍କୁ ସଜାଗ ରହିବାପାଇଁ କହିଥିଲେ । ଶିଶୁମାନେ ସ୍ତନ୍ୟପାନ କରିବାଦ୍ୱାରା କିପରି ନିଜର ଭବିଷ୍ୟତ ଜୀବନ ନିରୋଗ ରହିଥାନ୍ତେ ସେ ବିଷୟରେ ମଧ୍ୟ ବିସ୍ତୃତ ଭାବେ ବୁଝାଯାଇଥିଲା । ଏହି ଅବସରରେ ଗ୍ରାମର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସଚେତନ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମାବତୀ ପ୍ରଧାନ, ଏନ୍.ତ୍ରିବେଣୀ, ୱାର୍ଡମେମ୍ବର, ନୀଳାବତୀ ଭୂୟାଁ ପ୍ରମୁଖ ଉପସ୍ଥିତଥିଲେ ।

Advertisement