ଗଜପତି ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ

159
ADVERTISEMENT

ପାରଳାଖେମୁଣ୍ଡି,୬/୮ଏଜେନସି : ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଜିଲାପାଳ ଅନୁପମ ସାହା ଅଧ୍ୟକ୍ଷତାକରି ୧୦୪ଗୋଟି ଅଭିଯୋଗର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିଥିଲେ । ଏଥି ମଧ୍ୟରୁ ୧୦୧ ଗୋଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୩ଗୋଟି ସାମୁହିକ ଅଭିଯୋଗ ଆଗତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୫ଜଣଙ୍କୁ ସହାୟତା ଯୋଗାଇ ଦିଆଯାଇଥିବାବେଳେ ବିଭିନ୍ନ ସାମୁହିକ ଅଭିଯୋଗକୁ ଜିଲାପାଳଙ୍କ ଦ୍ୱାରା ତଦନ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ପୌର ନିର୍ବାହୀଅଧିକାରୀ ଅଶୋକ କୁମାର ରାଉତ, ଉପଜିଲାପାଳ ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲାପାଳ ସ୍ୱଧାଦେବ ସିଂ ପ୍ରମୁଖଙ୍କ ସହ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତଥିଲେ ।

Advertisement