Friday, October 16, 2026
ADVERTISEMENT
Home ଆଞ୍ଚଳିକ ୩୭୦ଧାରା ଉଚ୍ଛେଦ ପରେ ଖୁସି : ଭାରତ ମାତାକୀ ଜୟ ଧ୍ୱନିରେ ସହର ପରିକ୍ରମା

୩୭୦ଧାରା ଉଚ୍ଛେଦ ପରେ ଖୁସି : ଭାରତ ମାତାକୀ ଜୟ ଧ୍ୱନିରେ ସହର ପରିକ୍ରମା

306
ADVERTISEMENT

ହିଂଜିଳିକାଟୁ,୬/୮(ଶେଷଦେବ ସାହୁ ) : ଜାମ୍ମୁ କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତି ଓ ସଂସଦରେ ପ୍ରସ୍ତାବ ଉଠାଇବା ନେଇ ହିଂଜିଳିକାଟୁ ସହରରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ସୋମବାର ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜନୈତିକ ଦଳ ସହ ବିଭିନ୍ନ ଯୁବକ ସଂଘ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଛି । ହିଂଜିଳିକାଟୁର ଅଗ୍ରଣୀ ସ୍ୱେଚ୍ଛାସେବୀ ତ୍ରିରଙ୍ଗା ଯୁବକ ସଂଘ ଓ ଡ଼ିସକଭରୀ ଗୃପ ପକ୍ଷରୁ ସଂଧ୍ୟାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ସହ ଜାତୀୟ ପତକା ଧରି ଶତାଧିକ ଯୁବକ ସହର ପରିକ୍ରମା କରିଥିଲେ । ଭାରତ ମାତା କୀ ଜୟ ଓ ଜୟ ହିନ୍ଦ ଶବ୍ଦରେ ସହର ପ୍ରକମ୍ପିତ ହୋଇଥିଲା । ଶତାଧିକ ଯୁବକ ଏକ ରାଲିରେ ଯୋଗ ଦେଇଥିଲେ । ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିୟମରୁ ଏହି ରାଲି ବାହାରି ବଇଁଚ ବଣିଆ , ଆଙ୍କୋରଡ଼ା, କେଉଟ ସାହି, ରଙ୍ଗଣୀ ସାହି, ରାଜାସାହି ,ଲକ୍ଷ୍ମୀ ବଜାର, ବିଜୁ ପଟ୍ଟନାୟକ ଛକ ଠାରେ ଆତସବାଜି ଫୁଟାଇ ଖୁସି ପ୍ରକାଶ କରିଥିଲେ । ଯୁବକ ମାନେ ଜାତୀୟ ପତାକା ଧରି ସହରରେ ଜାତୀୟତା ନାରା ଓ ମିଠାଇ ବଂଟନ କରିଥିଲେ । ତ୍ରିରଙ୍ଗା ଯୁବକ ସଂଘର ସଭାପତି ରଂଜନ କୁମାର ସାହୁ , ଡ଼ିସକଭରୀ ହିଂଜିଳିକାଟୁର ପ୍ରଭୁଦତ ପାତ୍ରଙ୍କ ନେତୃତ୍ୱରେ, ସନ୍ୟାସୀ ପୃଷ୍ଟି, ପ୍ରଭାତ ମହାରଣା, ଶ୍ରୀକାନ୍ତ ପ୍ରଧାନ, ସରୋଜ ପାତ୍ର, କାହ୍ନୁ ପଣ୍ଡା, ଆକାଶ ପଟ୍ଟନାୟକ ,ନୀଳାଂଚଳ ମୁନି, ବାଳକୃଷ୍ଣ ପାତ୍ର, ରାକେଶ ରଥ, ଆକାଶ ବାଡ଼ତ୍ୟା ପ୍ରମୁଖଙ୍କ ସହ ଶତାଧିକ ଯୁବକ ଏଥିରେ ସାମିଲ ଥିଲେ ।

Advertisement