ବ୍ରହ୍ମପୁର ଇଉ.ସି.ପି. କ୍ୟାମ୍ପସରେ (ଏ.ବି.ଭି.ପି.)ତରଫରୁ ଵିଦ୍ୟାର୍ଥୀ ସହ ସେଲଫି କାର୍ଯ୍ୟକ୍ରମ

371
ADVERTISEMENT

ବ୍ରହ୍ମପୁର ,୬/୮ଏଜେନସି: ଅଖିଳ ଭାରତୀୟ ଵିଦ୍ୟାର୍ଥୀ ପରିଷଦ(ଏ.ବି.ଭି.ପି.)ତରଫରୁ ସୋମବାର ଦିନ ଉମା ଚରଣ ପଟ୍ଟନାୟକ ଇଂଜିନିୟରିଂ ସ୍କୁଲରେ କ୍ୟାମ୍ପସ ସହ ସେଲଫି କାର୍ଯ୍ୟକ୍ରମ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଏଥିସହ କଲେଜର କେତେଜଣ ଛାତ୍ରଙ୍କୁ ଉତ୍ତରୀୟ ଦେଇ ଦାୟିତ୍ୱ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଅନେକ ସଂଖ୍ୟକ ଛାତ୍ର ଯୋଗ ଦେବା ଯୋଗୁଁ ରାଜ୍ୟ ସମ୍ପାଦକ ଧନ୍ୟବାଦ ଜଣାଇବା ସହ ଜାମ୍ମୁ କାଶ୍ମୀରରୁ କେନ୍ଦ୍ର ସରକାର ୩୭୦ ଧାରାକୁ ଉଠାଇ କେନ୍ଦ୍ରସାସିତ ଅଞ୍ଚଳ ଘୋଷଣା କରିବା ଶୁଭମୟ ବୋଲି ବର୍ଣ୍ଣନା କରିଥିଲେ ।ଏହି କାଯ୍ୟକ୍ରମରେ ମାତା ପ୍ରସାଦ ନାୟକ,କୃଷ୍ଣ ପୋଲାଇ, ଜଗଦୀଶ ଆଚର୍ଯ୍ୟ, ଚିନ୍ମୟା ନନ୍ଦ ପଟନାୟକ,ଚିଦାନନ୍ଦ ପଟନାୟକ, ଆଶିଷ ସାମଲ,ନିରାକାର ପ୍ରଧାନ,ଗୁଲସନ୍ କୁମାର କର,ରାମ ପ୍ରସାଦ ପାଣିଗ୍ରାହୀ, ସୁମନ ପାଣିଗ୍ରାହୀ,ପ୍ରମୋଦ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ।

Advertisement