Friday, September 18, 2026
ADVERTISEMENT
Home ଆଞ୍ଚଳିକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ‘ବୃକ୍ଷ ହିଁ ମଣିଷର ଶ୍ରେଷ୍ଠ ବନ୍ଧୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ‘ବୃକ୍ଷ ହିଁ ମଣିଷର ଶ୍ରେଷ୍ଠ ବନ୍ଧୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ

359
ADVERTISEMENT

ବ୍ରହ୍ମପୁର,୫/୮(ରାଜେଶ ରଣା):ନିଜ ଜୀବନକାଳ ମଧ୍ୟରେ ମଣିଷକୁ ପ୍ରତ୍ୟେକ ସମୟରେ ସାହାଯ୍ୟ କରିଥାଏ ବୃକ୍ଷ । ଖାଦ୍ୟଠାରୁ ଆରମ୍ଭ କରି ଔଷଧ, ପ୍ରଶ୍ୱାସ ନେବା ପାଇଁ ଅମ୍ଳଜାନଠାରୁ ଆରମ୍ଭ କରି ଛାଇ । ପ୍ରତିବଦଳରେ ସେ କିଛି ଚାହେଁନା। ବୃକ୍ଷ କାହାର ଅନିଷ୍ଟ ମଧ୍ୟ କରେନାହିଁ । ଏଣୁ ବୃକ୍ଷ ମଣିଷର ଶ୍ରେଷ୍ଠ ବନ୍ଧୁ ବୋଲି ରବିବାର ବିଶ୍ୱ ବନ୍ଧୁତା ଦିବସ ଅବସରରେ ଅତିଥିମାନେ ମତ ଦେଇଛନ୍ତି । ବ୍ରହ୍ମପୁର ସବୁଜ ବାହିନୀ ଏବଂ ଅନ୍ୟାନ୍ୟ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ରାମଲିଙ୍ଗମ୍‌ ମନ୍ଦିର ସମ୍ମୁଖରେ ଥିବା ଶତାୟୁ ବରଗଛକୁ ବନ୍ଧୁ ଭାବେ ଗ୍ରହଣ କରାଯାଇଥିଲା । ପ୍ରଥମେ ପୂର୍ଣ୍ଣ କଳସ, ପୁଷ୍ପ, ଚନ୍ଦନ ଓ ବେଦଧ୍ୱନିରେ ଅତିଥିମାନଙ୍କୁ ସ୍ବାଗତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ସମ୍ମାନିତ ଅତିଥି ବିଧାୟକ ବିକ୍ରମ ପଣ୍ଡା, ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ଏବଂ ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ଯୋଗ ଦେଇଥିଲେ। ଜିଲା ଇକୋ କ୍ଲବ ସଂଯୋଜକ ଡ.ଶଙ୍କର ନାରାୟଣ ବେଜ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଶତାୟୁ ବଟ ବୃକ୍ଷକୁ ଫୁଲ, ଚନ୍ଦନ, ବସ୍ତ୍ର ଦେଇ ପୂଜା ପୂର୍ବକ ବନ୍ଧୁତ୍ୱର ଡୋର ବନ୍ଧା ଯାଇଥିଲା । ଏମ୍‌ପି ସାହୁ ସମସ୍ତ ପରିବେଶ ପ୍ରେମୀ ଓ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ବୃକ୍ଷ ସୁରକ୍ଷା ପାଇଁ ଶପଥ ପାଠ କରାଇଥିଲେ। ଜିଲାପାଳ କୁଲାଙ୍ଗେ ଚାରାରୋପଣ କରିବା ସଙ୍ଗେସଙ୍ଗେ ଏହାର ସୁରକ୍ଷା କରିବା ପାଇଁ ଆହ୍ବାନ ଦେଇଥିଲେ ।ଏହାପରେ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ସମସ୍ତ ଅତିଥିମାନେ ଚାରା ରୋପଣ କରିଥିଲେ । ସେଠାରୁ ଅତିଥିମାନେ ଏକ ସଚେତନତା ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଦଯାତ୍ରା ମହାନଗର କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇ ପୁରୁଣା ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା । ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏମ୍‌.ଦିଲୀପ କୁମାର, ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ ପ୍ରତିଷ୍ଠାତା ସୁଧୀର ରାଉତ, ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର କୁମାର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝି, ମାରୱାଡି ମହିଳା ସମିତି ସଭାନେତ୍ରୀ ମମତା ଚୌଧୁରୀ, ସମ୍ପାଦିକା ରୁବି ଖେମାଣି, ବକ୍ସିଂ ଓଡିଶାର ସମ୍ପାଦକ କବିରାଜ ଗୌଡ଼, ସବିତା ସାହୁକାର, ବନମାଳୀ ପ୍ରଧାନ, ଅରବିନ୍ଦ ଦେଶୀବେହେରା, ଦୀପକ କୁମାର ଏବଂ ସମସ୍ତ ଅନୁଷ୍ଟାନ ଓ ନେଚର୍ସ ଲଭର୍ସ ଓଡିଶାର ସ୍ବେଚ୍ଛାସେବୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Advertisement