Saturday, September 5, 2026
ADVERTISEMENT
Home ଆଞ୍ଚଳିକ ଆଧାର କାର୍ଡ ପଞ୍ଜିକରଣ ନିମନ୍ତେ ସଧାରଣ ଲୋକଙ୍କ ଠାରୁ ମାତ୍ରାଧିକ ଟଙ୍କା ନେବା ଯାଗୁଁ ଗ୍ରାହକ...

ଆଧାର କାର୍ଡ ପଞ୍ଜିକରଣ ନିମନ୍ତେ ସଧାରଣ ଲୋକଙ୍କ ଠାରୁ ମାତ୍ରାଧିକ ଟଙ୍କା ନେବା ଯାଗୁଁ ଗ୍ରାହକ ଅସନ୍ତୋଷ

551
ADVERTISEMENT

କୁକୁଡାଖଣ୍ଡି ୫/୮(ଇ.ରଞ୍ଜନ) : ଆଧାର କାର୍ଡ ପଞ୍ଜିକରଣ ନିମନ୍ତେ ସଧାରଣ ଲୋକେ ମାତ୍ରାଧିକ ଟଙ୍କl ଦେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । କୁକୁଡ଼ାଖଣ୍ଡି ଅନ୍ତର୍ଗତ ଅଙ୍କୁଶପୁର ସଦର ଥାନା ପାର୍ଶ୍ୱରେ ଥିବା ଜନ ସେବା କେନ୍ଦ୍ରରେ ଆଧାରକାର୍ଡ ପଞ୍ଜିକରଣ କରିବା ନିମନ୍ତେ ଗ୍ରହାକ କେନ୍ଦ୍ରରେ ଗ୍ରାହକଙ୍କ ଠାରୁ ଏକଶହ ଟଙ୍କl ନେଉଥିବା ଯୋଗୁଁ ସଧାରଣରେ ଅସନ୍ତୋଷ ଦେଖlଦେଇଛି ସରକାରଙ୍କ ନିୟମ ଅନୁଯାୟୀ ପଞ୍ଜିକରଣ ନିମନ୍ତେ ଛୋଟ ଛୋଟ ପିଲାଙ୍କ ନିମନ୍ତେ ବିନା ମୂଲ୍ୟରେ ସେବା ଯୋଗାଇବା ସହ ସଂସଧନକୁ ସ୍ୱଳ୍ପ ପରିମାଣ ମାତ୍ର ୩0ଟଙ୍କl ଥିଲା ବେଳେ ଗ୍ରାହକଙ୍କ ଠାରୁ ଉର୍ଦ୍ଧ ଟଙ୍କl ନେଉ ଥିବାରୁ ଘୋର ଅସନ୍ତୋଷ ଦେଖା ଦେଇଛି । ଏଭଳି ନିୟମ ଉଲଙ୍ଘନ କରୁଥିବା ଓ ଜନସେବା ନାଁରେ ଟଙ୍କା ଆତ୍ମସାତ କରୁଥିବା ବ୍ୟକ୍ତିଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଧାରଣରେ ଦାବି ହୋଇଛି ।

Advertisement