Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ଲକ୍ଷାଧିକ ଟଙ୍କାର ପଲିଥିନ୍,ଗୁଟୁଖା ଓ ପ୍ଲାଷ୍ଟିକ ସାମଗ୍ରୀ ଜବତ

ଲକ୍ଷାଧିକ ଟଙ୍କାର ପଲିଥିନ୍,ଗୁଟୁଖା ଓ ପ୍ଲାଷ୍ଟିକ ସାମଗ୍ରୀ ଜବତ

392
ADVERTISEMENT

ବାଲିଗୁଡା,୪/୮ଏଜେନସି :କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ୍ଏସି ପକ୍ଷରୁ ବାଲିଗୁଡା ଇଲେକ୍ଟ୍ରି ସାହିର ଟୁକୁନା ପାତ୍ରଙ୍କ ଗୋଦାମ ଘରେ ଅଚାନକ ଚଢାଉ କରାଯାଇଛି । ସେଠାରୁ ଲକ୍ଷାଧିକ ଟଙ୍କାର ପଲିଥିନ୍, ଗୁଟୁଖା ଓ ପ୍ଲାଷ୍ଟିକ ସାମଗ୍ରୀ ଜବତ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡା ଏନ୍ଏସି ତରଫରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ନକରିବା ପାଇଁ ସହରବାସୀଙ୍କୁ ବାରମ୍ବାର ସଚେତନତା କରାଯାଇଥିଲା । କିନ୍ତୁ ଏହାକୁ ଭୃକ୍ଷେପ ନକରି ଏବେବି ଅନେକ ବ୍ୟବସାୟୀ ବେଆଇନ୍ ଭାବେ ବ୍ୟବସାୟ ଚଳାଇ ଆସୁଛନ୍ତି । ଟୁକୁନାପାତ୍ରଙ୍କ ଗୋଦାମ ଘରେ ବିପୁଳ ପରିମାଣର ପଲିଥିନ୍, ଗୁଟୁଖା, ପ୍ଲାଷ୍ଟିକ୍ ସାମଗ୍ରୀ ଜବତ କରିବାସହ ପଚାଶ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ଥିବା ପୂର୍ବ ସୂଚନା ଅନୁଯାୟୀ ଶନିବାର ଅଚାନକ ଟୁକୁନାପାତ୍ରଙ୍କ ଗୋଦାମଘରେ ବାଲିଗୁଡା ଏନ୍ଏସି ତରଫରୁ ରେଡ୍ କରାଯାଇଛି, ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ଚାରି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲିି ଅନୁମାନ କରାଯାଉଛି । ବର୍ତମାନ ସମସ୍ତ ଜିନିଷକୁ ଯାଞ୍ଚ୍ କରିବାପରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦାୟିତ୍ୱରେ ଥିବା ଏକଜୁକୁଟିଭ୍ ମାଜିଷ୍ଟ୍ରେଡ ଦେବେନ୍ଦ୍ର କୁମାର ସାହୁ ଓ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି ।

Advertisement