ଲକ୍ଷାଧିକ ଟଙ୍କାର ଗୁଟ୍‌ଖା ଓ ସରଞ୍ଜାମ ଜବତ, ମାଲିକଙ୍କ ସମେତ ୪ ଗିରଫ

199
ADVERTISEMENT

କୁକୁଡାଖଣ୍ଡି ,୪/୮(ଇ.ରଞ୍ଜନ): ଆଇନ କୁ ଯେତେ କଡା କଡ଼ି କରାଗଲେ ମଧ୍ୟ ଅସାଧୁ ବ୍ୟାବସାୟୀ ମାନେ ତାକୁ ଫାଙ୍କି ଦେଉଛନ୍ତି । ବ୍ରହ୍ମପୁର ବଡବଜାର ପୋଲିସ ଶନିବାର ଅପରାହ୍ନରେ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ଗୁଟ୍‌ଖା କାରଖାନାରେ ଚଢାଉ କରିଥିଲା । ଶାର୍ଗୁଣା ସାହିରେ ଥିବା ଏକ ଦୁଇ ମହଲା ଘରୁ ୧.୭୨ ଲକ୍ଷ ଟଙ୍କାର ଗୁଟ୍‌ଖା ଓ ଏଥିରେ ବ୍ୟବହୃତ ପ୍ରସ୍ତୁତି ସାମଗ୍ରୀ ଜବତ କରିବା ସହ ପୋଲିସ କେଶ ନଂ ୧୨୨/୧୯ରେ ଏକ ମାମଲା ରୁଜୁ କରିଛି। ଘଟଣାସ୍ଥଳରୁ ବେଆଇନ ଭାବେ ପ୍ରସ୍ତୁତ ହୋଇ ବଜାରକୁ ବିକ୍ରି ପାଇଁ ଗଛିତ ଥିବା ୪୨ ବସ୍ତା ଗୁଟ୍‌ଖା, ୨ଟି ପ୍ୟାକିଂ ମେଶିନ ଓ ବିଭିନ୍ନ ବ୍ରାଣ୍ଡର ପଲିଥିନ ଆଦି ଜବତ କରିଥିଲା । ମାଲିକ ନାରାୟଣ ସାହୁ, ତାଙ୍କ ଭାଇ ଟୁକୁନା ଏବଂ ଗୁଟ୍‌ଖା କାରଖାନାରେ କାମ କରୁଥିବା ୨ ଜଣ କର୍ମଚାରୀ ଉତ୍ତମ କୁମାର ସାହୁ ଓ ଶିବରାମ ସାହୁଙ୍କୁ ଗିରଫ କରାଯାଇଥିବା ନେଇ ଥାନାଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି। ଯେ, ଶାର୍ଗୁଣା ସାହି ୪ର୍ଥ ଲେନ୍‌ର ନାରାୟଣ ଏକ ୨ ମହଲା ଘରେ ବେଆଇନ ଭାବେ ଗୁଟ୍‌ଖା ପ୍ରସ୍ତୁତ କରୁଥିବା ପୋଲିସ ଖବର ପାଇଥିଲା। ଥାନାଧିକାରୀ ଏବଂ ତାଙ୍କ ଟିମ୍‌ ଶନିବାର ଉକ୍ତ କାରଖାନାରେ ଚଢାଉ କରିଥିଲେ । ରବିବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଭୂପତି ସୂଚନା ଦେଇଛନ୍ତି।

Advertisement